---------------------------- ବିଶ୍ବ ଗୃଢ଼ ତଥ୍ୟ ହୋଇଛି ଉନ୍ମୋଚନ ଆମ ବିଜ୍ଞାନ ପ୍ରାଚୁର୍ଯ୍ୟ ବଳେ ସମାଜ ହିତେ ବିଜ୍ଞାନ ଦେଇଛି ବାର୍ତ୍ତା ବିଜ୍ଞାନ ଦିବସ ଆଜି ପାଳେ ll ବିଜ୍ଞାନ ବିନା ସବୁ ଲାଗେ ଅସମ୍ଭବ ବଞ୍ଚିବାକୁ ହୋଇଯାଏ କଷ୍ଟ ମାନବ ଜାତିଏଁ ମୁଣ୍ଡ ଟେକିଛି ସିନା ବିଜ୍ଞାନ ବିନା ସବୁ ଅସ୍ପଷ୍ଟ ll ନୂଆଁ ଜ୍ଞାନ କୌଶଳ ହୋଇଛି ଉଦୟ ଛାତ୍ରଛାତ୍ରୀ କରିବେ ବିକାଶ ପ୍ରଯୁକ୍ତି ବିଦ୍ୟାକୁ ଆହୋରଣ କରିଲେ ବିଜ୍ଞାନ ହେବ ପରିପ୍ରକାଶ ll ଆଜିର ମାନବ ଯେ ଥାପିଲେଣି ପାଦ ଚନ୍ଦ୍ର ମଙ୍ଗଳ ପୃଷ୍ଠଏଁ ଥାନେ ଏ ଅଟେ ଆମ ବିଜ୍ଞାନର ଅବଦାନ ବିଜ୍ଞାନ ଦେଇଛି ଜ୍ଞାନ ମନେ ll ବିଜ୍ଞାନ ଦେଖାଇଛି ଦର୍ଶନର ମାର୍ଗ ନ ହେବା ଆମେ ଏଥୁ ବିଚ୍ୟୁତ ନୂତନ ଜ୍ଞାନର ହୋଇଛି ଉଦ୍ଭାବନ ସର୍ବେ ଆଜି ଆମେ ଏକମତ ll *ତ୍ରିନାଥ ପଟ୍ଟନାୟକ* ( *ଅଧ୍ୟାପକ ତଥା କବି*) *ଗ୍ରାମ : ଶିକ୍ଷକ କଲୋନୀ, ଗାନ୍ଧୀ ନଗର* *ପୋ:ଜିଲ୍ଲା- କୋରାପୁଟ* *ମୋ:9438362172
powered by social2s