Warning: getimagesize(/home/odiaray/public_html/images/IMG-20221113-WA0007.jpg): failed to open stream: No such file or directory in /home/odiaray/public_html/plugins/content/social2s/features/opengraph.php on line 354

Warning: getimagesize(/home/odiaray/public_html/images/IMG-20221113-WA0007.jpg): failed to open stream: No such file or directory in /home/odiaray/public_html/plugins/content/social2s/features/opengraph.php on line 354

ମହାତ୍ମାଗାନ୍ଧୀ ପ୍ରଚାର ପ୍ରସାର କାର୍ଯ୍ୟକ୍ରମରେ ରାଜ୍ୟସ୍ତରୀୟ ଯୁବ କବି ସମ୍ମିଳନୀ ଅନୁଷ୍ଠିତ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ଓଡ଼ିଶାର ଅଗ୍ରଣୀ ଅନୁଷ୍ଠାନ ହେଲ୍ପମେଟ୍ ଓ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ମିଳିତ ଆନୁକୂଲ୍ୟରେ ମହାତ୍ମାଗାନ୍ଧୀ ପ୍ରଚାର ପ୍ରସାର କାର୍ଯ୍ୟକ୍ରମରେ ରାଜ୍ୟସ୍ତରୀୟ ଯୁବ କବି ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ମ ପରିଚାଳିକା ଶ୍ରୀମତୀ ରେଣୁବାଳା ଦଳାଇ ଯୁବ କବିମାନଙ୍କୁ ଉତ୍ସାହିତ କରିଥିଲେ। ଏହି ଅବସରରେ ଦେଶାତ୍ମବୋଧକ , ସଚେତନତାମୂଳକ , ବୃକ୍ଷ , ନାରୀ ଓ ଗାନ୍ଧୀଙ୍କ ଉପରେ କବିତା ପାଠ କରିବା ସହ ଲୋପ ପାଇଯାଉଥିବା ଋଢ଼ି ଓ ଢ଼ଗ ଢ଼ମାଳୀ ଉପରେ ଯୁବ ପିଢ଼ିଙ୍କୁ ସଚେତନ କରାଇ ଆଲୋଚନା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଉଦ୍‌ଘାଟକ ଭାବେ ଭାଷାବିତ୍ ଡଃ . ଦେବାଶିଷ ମହାପାତ୍ର , ସମ୍ମାନୀୟ ଅତିଥ ଡଃ . ସୁଚେତା ରାଉତ , ଶ୍ରୀମତୀ ମଧୁଲିତା ରାୟ , ଶ୍ରୀମତୀ ନିହାରିକା ପଟ୍ଟନାୟକ , ଶ୍ରୀମତୀ ଲିନା ମିଶ୍ର ଉପସ୍ଥିତ ରହି କବିମାନଙ୍କୁ କିପରି ବ୍ୟବହାରିକ ଶବ୍ଦକୁ ନେଇ ସାହିତ୍ୟ ସୃଷ୍ଟି କରାଯାଇପାରିବ ସେ ବିଷୟରେ ନିଜେ ନିଜର ଅଭିଭାଷଣ ରଖୁଥିଲେ । ଅନୁଷ୍ଠାନର ସଭାପତି ଡଃ ଅଞ୍ଜଳୀ ତ୍ରିପାଠୀ ଓ ସମ୍ପାଦିକା ନିବେଦିତା ଭଞ୍ଜ ମତ ରଖିଥଲେ କି ଯଦି ଯୁବ କବିମାନଙ୍କର ଏହିଭଳି କବି ସମ୍ମିଳନୀ ବାରମ୍ବାର କରାଯାଏ ତେବେ ଏକ ଶୃଙ୍ଖଳା ଓ ଦାୟିତ୍ବବୋଧ ସମାଜ ଗଠନ ହୋଇପାରିବ । ଏହି କାର୍ଯ୍ୟକ୍ରମରେ ଦୀପ୍ତି ମିଶ୍ର , ଚମକଚନ୍ଦିନୀ ଦାସ , ମୋନିକା ମହାପାତ୍ର , ଡଃ . ସୁକାନ୍ତି ତ୍ରିପାଠୀ, ସ୍ଵର୍ଣ୍ଣ ପଣ୍ଡା , ଦୀପ୍ତି ପଟ୍ଟନାୟକ ପ୍ରମୁଖ ସଙ୍ଗୀତ ପରିବେଶଣ କରି ସଭାଟିକୁ ଉତ୍ସବ ମୁଖର କରିଥିଲେ । ହେଲ୍ପମେଟ୍‌ର ସଦସ୍ୟମାନେ କର୍ଯ୍ୟକ୍ରମଟିକୁ ସୁଚାରୁରୂପେ ପରିଚାଳନା କରିଥିଲେ ।

powered by social2s