ସହଯୋଗ ସ୍ବେଛାସେବୀ ଅନୁଷ୍ଠାନ ଭୁବନେଶ୍ୱର ଶିଶୁ ମାନଙ୍କ ସହ ପାଳନ କଲା ଶିଶୁ ଦିବସ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

 

 

ଭୁବନେଶ୍ୱର: ଆଜି ପଣ୍ଡିତ ଜବାହାରଲାଲ ନେହରୁଙ୍କ ପୁଣ୍ୟ ଜନ୍ମଦିନ ଅବସରରେ ସ୍ବେଛାସେବୀ ଅନୁଷ୍ଠାନ ସହଯୋଗ, ଭୁବନେଶ୍ୱର ଜଟଣୀ  ବ୍ଲକର ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ, ମହୁଲ ଏଵଂ ସରକାରୀ ଉ ପ୍ରା ବିଦ୍ୟାଳୟ, ପାଣିଓରା ରେ ଶିଶୁ ଦିବସ କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରିଥିଲା। 

 

ପଚାଶ ଜଣ କୃତୀ ପ୍ରତିଯୋଗୀ ବକ୍ତୃତା, ସୃଜନଶୀଳ ଲେଖନ, ଚିତ୍ରାଙ୍କନ, ପ୍ରବନ୍ଧ, ସାଧାରଣ ଜ୍ଞାନ, ନୃତ୍ୟ, ଗୀତ, କୌତୁକ ପୋଷାକ ପ୍ରତିଯୋଗିତା ରେ ପୁରସ୍କୃତ ହୋଇଥିଲେ। ସରକାରୀ ବିଦ୍ୟାଳୟ ପାଣିଓରା ରେ ଶିଶୁ ମାନଙ୍କର ଉଚ୍ଚକୋଟୀ ର ପ୍ରତିଭା ଶିକ୍ଷକ ଏଵଂ ଶୈକ୍ଷିକ ପରିବେଶ ପାଇଁ ସମ୍ଭବ ହୋଇଛି ବୋଲି ବକ୍ତା ମାନେ ମତ ଦେଇଥିଲେ। ଶିଶୁ ବିକାଶ ସହଯୋଗ ଏପରି ଉଦ୍ୟମ ବିଦ୍ୟାଳୟ ଏଵଂ ପରିଚାଳନା ମଣ୍ଡଳୀ ତରଫରୁ ଧନ୍ୟବାଦ ଦିଆଯାଇଥିଲା।

ସହଯୋଗର ସମ୍ପାଦକ ବିଜୟଲକ୍ଷ୍ମୀ ରାଉତରାୟ, ପ୍ରଧାନ ଶିକ୍ଷକ ରବିନ୍ଦ୍ର ମହାନ୍ତି, ସିଆରସିସି ପ୍ରିୟରଞ୍ଜନ, ପୂର୍ବତନ ସିଆରସିସି ଦେବେନ୍ଦ୍ର ରଥ, ସହକାରୀ ଶିକ୍ଷକ ସୂର୍ଯ୍ୟକାନ୍ତି ରାଉତ ଉପସ୍ଥିତି ଥିଲେ।

 

 

 

 

 

 

 

 

powered by social2s