Warning: getimagesize(/home/odiaray/public_html/images/panchaa.jpg): failed to open stream: No such file or directory in /home/odiaray/public_html/plugins/content/social2s/features/opengraph.php on line 354

Warning: getimagesize(/home/odiaray/public_html/images/panchaa.jpg): failed to open stream: No such file or directory in /home/odiaray/public_html/plugins/content/social2s/features/opengraph.php on line 354

ରାୟରପୁର ଗ୍ରାମରେ ଶ୍ରୀଜଗନ୍ନାଥ ପଞ୍ଚରାତ୍ର ଅନୁଶ୍ଠିତ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଜଗତ୍ସିଂହପୁର: ଜଗତ୍ସିଂହପୁରର ରାୟରପୁର ଗ୍ରାମରେ ଶ୍ରୀ ଜଗନ୍ନାଥ ପାଞ୍ଚରାତ୍ର କାର୍ଯ୍ୟକ୍ରମ ଅବସରରେ ଶ୍ରୀ ଜଗନ୍ନାଥ ସଂସ୍କୃତି ପରିଷଦ ର ସଭାପତି ଶ୍ରୀମତୀ ସଞ୍ଚିତା ମହାନ୍ତି, ଉପଦେଷ୍ଟା ପ୍ରଭାତ କୁମାର ନନ୍ଦ ସମ୍ପାଦକ ନାରାୟଣ ମହାପାତ୍ର, ଶ୍ରୀମତୀ ମହାନ୍ତି ଙ୍କ ପୁତ୍ର ସତପ୍ରେମ ମହାନ୍ତି ପ୍ରମୁଖ ଯୋଗଦାନ କରିଥିଲେ।  ଏହି ଅବସରରେ ଓଡ଼ିଶାରେ ଶ୍ରୀଜଗନ୍ନାଥଙ୍କ ସ୍କନ୍ଦପୁରାଣର କିପରି ବ୍ୟାପକ ପ୍ରଚାର ଓ ପ୍ରସାର କରା ଯାଇ ପାରିବ ସମସ୍ତଙ୍କ ସହଯୋଗ କାମନା କରାଯାଇଥିଲା।  ଉପଦେଷ୍ଟା ଶ୍ରୀ ନନ୍ଦ ସ୍କନ୍ଦପୁରାଣ ବିଷୟରେ ସମସ୍ତଙ୍କୁ ସମ୍ୟକ ସୂଚନା ଦେଇଥିଲେ। ପରେ ପରେ ଅନୁଷ୍ଠାନ ପକ୍ଷରୁ ପୂର୍ବ ପ୍ରତିଷ୍ଠାତା ସଭାପତି ଶ୍ରୀ ଗୋପିନାଥ ମହାନ୍ତି ଙ୍କ ଏକ ସୁନ୍ଦର ଫଟୋ  ଉନ୍ମୋଚନ କରାଯାଇ ପୁତ୍ର ସତପ୍ରେମ ମହାନ୍ତି ଙ୍କୁ ପ୍ରଦାନ କରାଯାଇଥିଲା। ପ୍ରବାଚକ ଶ୍ରୀ ହୃଷୀକେଶ ସାହୁ ସ୍କନ୍ଦ ପୁରାଣ ଅନୁସାରେ ବର୍ଣିତ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସମ୍ବନ୍ଧରେ କହିଥିଲେ। ଏହି କାର୍ଯ୍ୟକ୍ରମ କରୁଥିବା ପତିତପାବନ ଶ୍ରୀଜଗନ୍ନାଥ ଆଂଚଳିକ ସେବା ସଂଘର ବରିଷ୍ଠ କର୍ମକର୍ତ୍ତା, ରାୟରପୁର ଗ୍ରାମର ଓ ପଡୋଶୀ ଗ୍ରାମର ବାସିନ୍ଦା ମାନେ ଉପସ୍ଥିତ ରହି ସ୍ଵାଗତ ଓ ସମ୍ଵର୍ଦ୍ଧନା କରିଥିଲ। ରବିନାରାୟଣ ମହାପାତ୍ର ଓ କାମେଶ୍ଵର ରାଓ କାର୍ଯ୍ୟକ୍ରମର ସୁପରିଚାଳନା ପାଇଁ ସହଯୋଗ କରିଥିଲେ।

powered by social2s