କୋଲକାତା : ଭାରତ - ମିଆଁମାର ମଧ୍ୟରେ ଦ୍ଵିପାଞ୍ଜିକ ବାଣିଜ୍ୟ ସହ ଜଡିତ ସମସ୍ତ ଦିଗ ଉପରେ ଫେଡେରେସନ ଅଫ ଇଣ୍ଡିଆନ ଏକ୍ସପୋର୍ଟ ଅର୍ଗାନାଇଜେସନ୍ ( ଏସିଆଇଇଓ ) ପୂର୍ବାଞ୍ଚଳ , ଭାରତରେ ମିଆଁମାରର ଦୂକବାସ ଏବଂ ବାଣିଜ୍ୟ ମନ୍ତ୍ରଣାଳୟ , ମିଆଁମାର ଏକତ୍ରିତ ହୋଇ ଆଲୋଚନା କରିଛନ୍ତି । ମିଆଁମାର ବାଣିଜ୍ୟ ପ୍ରତିନିଧି କୋଲକାତା ଗସ୍ତ କରି ପୂର୍ବାଚଂଳର ଏଫ୍କରଓ ସହିତ ଏକ ବୈଠକ ପାଇଁ ନିଆଁମାର୍ କେନ୍ଦ୍ର ବାଣିଜ୍ୟ ମନ୍ତ୍ରଣାଳୟ ମନ୍ତ୍ରୀ ଏଚ୍.ଇ ଔାଙ୍ଗ ନେଇଙ୍ଗ ଉ , ଭାରତରେ ମିଆଁମାରର ରାଷ୍ଟ୍ରଦୂତ ଏଚ୍.ଇ ମୋଇ କ୍ୟାଓ ଔଙ୍ଗ , ଏଫ୍ଆଇଇଓ ପୂର୍ବାଚଂଳର ଚେୟାରମେନ୍ ୟୋଗେଶ ଗୁପ୍ତାଙ୍କ ଉପସ୍ଥିତିରେ ଦ୍ଵିପାକ୍ଷିକ ବାଣିଜ୍ୟ ଉପରେ ଆଲୋଚନା କରିଥିଲେ । ଅନ୍ୟ ପ୍ରତିନିଧୀ ତଥା ବାଣିଜ୍ୟ ଏବଂ ଉଦ୍ୟୋଗର ସଦସ୍ୟମାନେ ଏହି ବୈଠକର ଆଲୋଚନାରେ ଯୋଗ ଦେଇଥିଲେ । ଏହି ଉଦ୍ଘାଟନୀ ଅବସରରେ ଏଫ୍ଆଇଇଓ ପୂର୍ବାଚଂକର ଚେୟାରମେନ୍ ୟୋଗେଶ ଗୁପ୍ତା କହିଛନ୍ତି ଯେ ଐତିହାସିକ ସମୟରୁ ଭାରତ - ମିଆଁମାର ମଧ୍ୟରେ ଗଭୀର ବାଣିଜ୍ୟ ଏବଂ ଅର୍ଥନୈତିକ ସମ୍ପର୍କ ରହିଅଛି । ୨୦୨୧ - ୨୦୨୨ରେ ଭାରତ ପ୍ରାୟ ୮୩୯ , ୦୪ ମିଲିୟନ ଡଲାରର ଦ୍ରବ୍ୟ ମିଆଁମାରକୁ ରପ୍ତାନି କରିଛି । ଫାର୍ମାସ୍ଫୁଟିକାଲ ଉତ୍ପାଦ ସହ ଟିକା , ମାନବ କେଶ , ଇଲେକ୍ଟ୍ରୋନିକ ଉପକରଣ , ଲୁହା ଏବଂ ଷ୍ଟିଲ୍ ସାମଗ୍ରୀ , ବିଭିନ୍ନ ପ୍ରକାରର ଯନ୍ତ୍ରପାତି , ଯାନବାହନର ବସ୍ତୁ , ବିମାନ ଟର୍ବାଇନ ଇନ୍ଧନ , ତମାଖୁ ଦ୍ରବ୍ୟ , ମକା ତଥା ବିଭିନ୍ନ ପ୍ରକାରର ଖାଦ୍ୟ ଆଦି ପ୍ରମୁଖ ଦ୍ରବ୍ୟ ରପ୍ତାନି ହୋଇଛି । ଏହି ଅବସରରେ ମିଆଁମାର କେନ୍ଦ୍ର ବାଣିଜ୍ୟ ମନ୍ତ୍ରଣାଳୟ ମନ୍ତ୍ରୀ ଏଚ୍.ଇ ଔଙ୍ଗ ନେଇଙ୍ଗ ଉ କହିଛନ୍ତି , “ ମିଆଁମାରର ସବୁଠାରୁ ବଡ ବାଣିଜ୍ୟ ଭାଗିଦାରୀ ମଧ୍ୟରୁ ଭାରତ ଅନ୍ୟତମ । ମିଆଁମାର ସରକାର ବାଣିଜ୍ୟର ବୃଦ୍ଧି ପାଇଁ କେତେକ ଅର୍ଥନୈତିକ ନୀତି ଉପରେ ଗୁରୁତ୍ତ୍ୱ ଦେଇଛି । ଭାରତ ସହିତ ରପ୍ତାନୀ , ଆମଦାନୀ ଏବଂ ଅର୍ଥନୈତିକ ସମ୍ପର୍କ ପାଇଁ ସରକାର ଅଧିକ ଗୁରୁତ୍ବ ଦେଉଛି । ପଡୋଶୀ ଦେଶରୁ ନିବେଶ ସ୍ବାଗତଯୋଗ୍ୟ । ” ସେ ଆହୁରି ମଧ୍ୟ କହିଛନ୍ତି ଯେ ମିଆଁମାରର ନୀତି ପ୍ରସ୍ତୁତ କରିବାରେ ସେ ବ୍ୟକ୍ତିଗତ ଭାବରେ ସମ୍ପୃକ୍ତ ରହିବେ , ଯାହା ଭାରତ ସହ ଭାରତୀୟ ଅର୍ଥ ବାଣିଜ୍ୟରେ ସହାୟକ ହେବ । ଭାରତରେ ମିଆଁମାରର ରାଷ୍ଟ୍ରଦୂତ ଏଚ୍.ଇ ମୋଇ କ୍ୟାଓ ଔଙ୍ଗ ଭାରତ - ମିଆଁମାର ତ୍ରିପାକ୍ଷିକ ବାଣିଜ୍ୟ ଉପରେ ରାଉଣ୍ଡ ଟେବଲ୍ ସମ୍ମିଳନୀ ଆୟୋଜନ କରି ଖୁସି ବ୍ୟକ୍ତି କରିଛନ୍ତି । ଭାରତୀୟ ବ୍ୟବସାୟୀଙ୍କୁ ମିଆଁମାରରେ ନିବେଶ ପାଇଁ ସେ ଅନୁରୋଧ କରିଛନ୍ତି । ସେ କହିଛନ୍ତି ମିଆଁମାର ସର୍ବଦା ସାମାଜିକ ତଥା ଅର୍ଥନୈତିକ ସହୋଯୋଗକୁ ପ୍ରୋତ୍ସାହିତ କରିଥାଏ । ଯଦିଓ ଦୁଇ ଦେଶ ମଧ୍ୟରେ ୧୯୯୦ରୁ ବର୍ତମାନ ପର୍ଯ୍ୟନ୍ତ ଦ୍ବିପାକ୍ଷିକ ବାଣିଜ୍ୟ ଯଥେଷ୍ଟ ବୃଦ୍ଧି ପାଇଛି , ତଥାପି ସାମଗ୍ରିକ ବାଣିଜ୍ୟ ଦୃଷ୍ଟିରୁ ମିଆଁମାରର ବାଣିଜ୍ୟିକ ସହଳାଗୀ ଜାନରେ ଭାରତର ଯଥେଷ୍ଟ ବୈଶିଷ୍ଟ୍ୟ ନାହିଁ । ତେଣୁ ଏହି ଦୁଇ ଦେଶ ମଧ୍ୟରେ କିପରି ଧାର୍ମିକ , ଭାଷାଭିତିକ ଏବଂ ଜାତିଗତ ସମ୍ପର୍କ ରହିଅଛି , ତାହା ଉପରେ ମୂଲ୍ୟାଙ୍କନ କରାଯିବା ଆବଶ୍ୟକ । ଯାହା ଫଳରେ ବାଣିଜ୍ୟ ଏବଂ ପୁଞ୍ଜି ବିନିଯୋଗ ସମ୍ପର୍କକୁ ଆହୁରି ଗଭୀର କରାଯାଇପାରିବ ।
ଭାରତ - ମିଆଁମାର ଦ୍ବିପାକ୍ଷିକ ବାଣିଜ୍ୟ ଉପରେ ରାଉଣ୍ଡ ଟେବଲ୍ ସମ୍ମିଳନୀ ଆୟୋଜିତ
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s

