ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ବଡ଼ପୋଖରିଆ ନିକଟରେ ଟ୍ରକ୍ କୁ ପଛରୁ ଧକ୍କା ଦେଲା କାର୍। କାର୍ ରେ ଥିବା ଦୁଇ ଜଣ ପୁରୁଷ ଓ ଦୁଇ ଯୁବତୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ଆଜି ଭୋରରୁ ଜାତୀୟ ରାଜପଥ ୧୬ ରେ ଟ୍ରକ୍ ଟି ଖରାପ ହୋଇଯାଇଥିଲା। ଏହାକୁ ଚାଳକ ରାସ୍ତା କଡ଼ରେ ଛିଡ଼ା କରିଥିଲେ। ତେବେ ଦ୍ରୁତ ଗତିରେ ଆସୁଥିବା କାର୍ ର ଚାଳକଙ୍କୁ କୁହୁଡ଼ି ଯୋଗୁଁ ଟ୍ରକ୍ ଟି ଦେଖାଯାଇନଥିଲା । କାର୍ ଟି ଟ୍ରକ୍ କୁ ପଛରୁ ଧକ୍କା ଦେଇଥିଲା।
powered by social2s

