ବାଲେଶ୍ଵର ଜିଲ୍ଲାରୁ ସାହିତ୍ୟିକ କବି ବନ୍ଧୁ ପରିବାରର ସମ୍ପାଦିକା ଶ୍ରୀମତୀ ପ୍ରଣତି ମହାପାତ୍ର ସମ୍ବର୍ଦ୍ଧିତ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

କେନ୍ଦ୍ରାପଡ଼ା :( ରିପୋର୍ଟ ତ୍ରିନାଥ ପଟ୍ଟନାୟକ ): ଶନିବାର ଦିନ କେନ୍ଦ୍ରାପଡା ଜିଲ୍ଲାର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ରାଜଶ୍ରୀ କଳା ଓ ସାହିତ୍ୟ ପରିବାର ଆନୁକୂଲ୍ୟରେ ପୁରୀର ସଂସ୍କୃତି ଭବନରେ ଆୟୋଜିତ ୩୪ତମ ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମରେ ବାଲେଶ୍ଵର ଜିଲ୍ଲାର ପ୍ରଣତି ମହାପାତ୍ରଙ୍କୁ ତାଙ୍କର ସାହିତ୍ୟ, ସେବା ଏବଂ ସାଂଗଠନିକ ଦକ୍ଷତା,ସମାଜସେବା ପାଇଁ ସମର୍ଦ୍ଧନା ଦିଆଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ତାଙ୍କୁ କବିଶ୍ରୀ ସମ୍ମାନରେ ମାନପତ୍ର ଉପଢୌକନ ଦେଇ ସମର୍ଦ୍ଧିତ କରଯାଇଥିଲା । ଉକ୍ତ ଉତ୍ସବରେ ଅନୁଷ୍ଠାନର ସମ୍ପାଦକ ହେମନ୍ତ କୁମାର ଜେନା ସଭାକାର୍ଯ୍ୟ ପରିଚାଳନା କରିଥିଲେ। ଦ୍ବିତୀୟ ଅଧିବେଶନରେ ମହାମହିମ ରାଜ୍ୟପାଳ ମୁଖ୍ୟ ଅତିଥି ଭାବରେ ରାଜଶ୍ରୀ ମୁଖପତ୍ର ଲୋକାର୍ପଣ କରିଥିଲେ।

powered by social2s