ଝିଅ ଜନମ ପର ଘରକୁ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଝିଅ ଜନମ ଅଟେ ଯେ ପର ଘରକୁ ଝିଅ ଦାନ ଯେ ଅଟଇ ବଡ଼ ଦାନ ଝିଅ ଯେ ଦିଏ ବାପଘରକୁ ଆନନ୍ଦ ତାଙ୍କ ମହତ୍ତ୍ୱ ବୁଝି ରଖିବା ମାନ ll ଝିଅ ଯେ ଅଟେ ମାଁବାପାଙ୍କ ଅତି ପ୍ରିୟ ସ୍ନେହ ପ୍ରେମର ରୂପ ପିତୁଳାଟିଏ ଯିବ ଯେବେ ପର ଘର ବୋହୁ ପାଲଟି ସେବେ ଭି ସେଇ ସ୍ନେହର ଝିଅଟିଏ ll ଝିଅ ଯେ ଅଟଇ ପୂର୍ଣ୍ଣ ଜୀବନାଦର୍ଶ ଯେତେ ଯୋଗ୍ୟ ସମର୍ଥ ଥିଲେ ଯେ ସମ ଯେତେ ପାଠ ପଢିଲେ ଭି ଯେ ତତ୍ତ୍ୱ ସାର ସଦା ସ୍ଥାନ ଥାଏ ତାର ପରଘର ll ଝିଅ ଯେ ଅଟଇ ଦୁଈ କୂଳକୁ ହିତା ନିଃସ୍ୱାର୍ଥ ସେବା ଯତ୍ନ ସଦା ସେ ଢାଳେ ସ୍ୱର୍ଗେ ଯେ ପାଲଟିଯାଏ ସେ ପରଘର ଝିଅଟିର କୋମଳ ପ୍ରଭାବ ବଳେ ll ବାପା ମାଁ ପାଳନ କରି ସଂସାର ସୂତ୍ର ଝିଅକୁ ସ୍ନେହେ ବଢ଼ାନ୍ତି ପରଘର ସ୍ୱାମୀ ଦୁଃଖେ ସୁଖେ ଭାଗୀ ହୁଅଇ ଝିଅ ପାଲଟି ଏକ ଝିଅ ଶାଶୁଘରର ll *ତ୍ରିନାଥ ପଟ୍ଟନାୟକ* *( ଅଧ୍ୟାପକ ତଥା ସାହିତ୍ୟିକ)* *ଗ୍ରାମ : ଗାନ୍ଧୀ ନଗର* *ପୋ :/ ଜିଲ୍ଲା - କୋରାପୁଟ* *ମୋ : 9438362172*

powered by social2s