ଜୟପୁରରେ ଜିଲ୍ଲାସ୍ତରୀୟ ବିଜ୍ଞାନ ମେଳା-୨୦୨୨-୨୩ ଅନୁଷ୍ଠିତ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

---------------------------------------- କୋରାପୁଟ :( ରିପୋର୍ଟ ତ୍ରିନାଥ ପଟ୍ଟନାୟକ): ସରକାରୀ ଉଚ୍ଚ ବିଦ୍ୟାଳୟ ଜୟପୁର ଠାରେ ଜିଲ୍ଲା ସ୍ତରୀୟ ବିଜ୍ଞାନ ମେଳା ତାରିଖ-୧୯.୧୨.୨୦୨୨ ଦିନ ଅନୁଷ୍ଠିତ ହୋଇଯାଇଛି। ମାନ୍ଯବର ବିଧାୟକ ଶ୍ରୀଯୁକ୍ତ ତାରାପ୍ରସାଦ ବାହିନୀପତି ମୁଖ୍ଯ ଅତିଥି ରୂପେ ଯୋଗଦେଇ ବିଜ୍ଞାନ ମେଳାକୁ ଉଦ୍ଘାଟନ କରିଥିଲେ ଓ ସମ୍ମାନିତ ଅତିଥି ରୂପେ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ରାମଚନ୍ଦ୍ର ନାହାକ ଯୋଗ ଦେଇଥିଲେ । ମୁଖ୍ୟଅତିଥି ଜିଲ୍ଲାର ୯୦ ଟି ପ୍ରକଳ୍ପକୁ ବୁଲି ଦେଖି କୁନି ବୈଜ୍ଞାନିକ ମାନଙ୍କ ଉଦ୍ୟମକୁ ପ୍ରଶଂସା କରିଥିଲେ । ୧୪ ଟି ବ୍ଲକରୁ ମୋଟ ୯୦ ଟି ପ୍ରକଳ୍ପ ମଧ୍ୟରୁ ୭ଟି ପ୍ରକଳ୍ପ ରାଜ୍ୟ ସ୍ତରକୁ ମନୋନୀତ ହେଇଥିଲା l ଅପରାହ୍ନ୍ ୩ ଟା ସମୟରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଜଗନ୍ନାଥ ଭତ୍ରାଙ୍କ ସଭାପତିତ୍ବରେ ଆୟୋଜିତ ଉଜ୍ଜାପନୀ ସଭାରେ ମୁଖ୍ୟଅତିଥି ଭାବେ ମାନ୍ୟବର ବିଧାୟକ ଜୟପୁର ଶ୍ରୀଯୁକ୍ତ ତାରା ପ୍ରସାଦ ବାହିନୀପତି, ସମ୍ମାନିତ ଅତିଥି ରୂପେ ମାନନୀୟା ତହସିଲଦାର ଶ୍ରୀମତୀ ପ୍ରଧାନ ଟୁଲି ଆମ୍ମା, ମୁଖ୍ୟ ବକ୍ତା ଭାବେ ବରିଷ୍ଠ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀକାନ୍ତ ଜାନୀ ଯୋଗ ଦେଇ ଛାତ୍ର ଛାତ୍ରୀ ମାଙ୍କନ ମନରେ ବୈଜ୍ଞାନିକ ମନୋବୃତ୍ତି ସୃଷ୍ଟି କରିବା ପାଇଁ ମାର୍ଗ ଦର୍ଶନ କରାଥିଲେ । ମୁଖ୍ୟ ଅତିଥି ତାଙ୍କ ବକ୍ତବ୍ୟରେ ବିଭିନ୍ନ ବିଦ୍ୟାଳୟରୁ ଆସିଥିବା କୁନି କୁନି ବୈଜ୍ଞାନିକ ମାନଙ୍କ ପ୍ରକଳ୍ପକୁ ଭୁରି ଭୁରି ପ୍ରଶଂସା କରିଥିଲେ । ଆଜିର ଏହି ଜିଲ୍ଲାସ୍ତରୀୟ ବିଜ୍ଞାନ ମେଳାରେ କୃତିତ୍ୱ ହାସଲ କରିଥିବା କୁନି ବୈଜ୍ଞାନିକ ମାନଙ୍କୁ ପୁରସ୍କୃତ କରିଥିଲେ l ଜିଲ୍ଲା ସ୍ତରୀୟ ପ୍ରତିଯୋଗିତାରୁ ମନୋନୀତ ହୋଇ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଭାଗ ନେବାକୁ ଯାଉଥିବା ପ୍ରତିଯୋଗୀ ମାନେ ହେଲେ :୧. ମଦନ କାନ୍ଦୁଲିଆ ---- ଏସ. ଏସ. ଡି ଦିଗାପୁର ( project name -Advancement in ICT )୨.ପ୍ରବୀଣ କୁମାର ଖିଲ --- ପି.ୟୁ.ପି.ଏସ୍ ଡକରୀପୁଟ (project name -Eco friendly Material) ୩.ରିତା ମୁଦୁଲି --- ଜି.ଏସ.ଏସ.ଡି ଏଚ.ଏସ ନୂଆଗାଁ (project name - Health and cleanliness ) ୪.ସନ୍ଦୀପ ଘଡେଇ --- ଓ.ଏ.ଭି ନନ୍ଦପୁର (project name - Transport and Inovation ) ୫.ପ୍ରିୟଙ୍କା ଦାସ --- ଜି.ନ.ଏଚ.ଏସ ଦଶମନ୍ତପୁର (project name - Environmental Concerns) ୬.ଭରତ କୁମ୍ଭାର --- ଜି.ନ.ଏଚ.ଏସ ବାଲିଘାଟ (project name - Historic Development with current Inovation ) ୭.ସ୍ମୃତିରେଖା ପଣ୍ଡା ---- ଜି.ଏଚ.ଏସ ନନ୍ଦପୁର (project name ---- Mathematics for us ) କାର୍ଯ୍ୟକ୍ରମ ପ୍ରାରମ୍ଭରେ ଯଜ୍ଞେଶ୍ୱର ପଣ୍ଡା ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲା ବେଳେ ଜିଲ୍ଲା ବିଜ୍ଞାନ ପର୍ଯ୍ୟବେକ୍ଷକ ଅନନ୍ତ ଦଳପତି ବିଜ୍ଞାନମେଳାର ବିବରଣୀ ପ୍ରଦାନ କରିଥିଲେ । ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଶାରଦା ବିହାରର ଛାତ୍ରୀ ମାନେ ପ୍ରାରମ୍ଭିକ ସଙ୍ଗୀତ ଗାନ ସହିତ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ। ପ୍ରଧାନ ଶିକ୍ଷକ ସିମାଞ୍ଚାଳ ମିଶ୍ର ଧନ୍ୟବାଦ୍ ଅର୍ପଣ କରିଥିଲେ । ଶିକ୍ଷକ ପ୍ରକାଶ ଚନ୍ଦ୍ର ପଟ୍ଟନାୟକ, ଗଙ୍ଗାଧର ଷଡଙ୍ଗୀ, ଓମ୍ ପ୍ରକାଶ ମିଶ୍ର , ପ୍ରଭାତ କୁମାର ରଥ ପୁରସ୍କାର ବିତରଣ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଗୋରାଚାନ୍ଦ ତ୍ରିପାଠୀ , ଶିବରାମ ପାଣଗ୍ରାହୀ , ପ୍ରଶାନ୍ତ ଦାସ , ଆଶିଷ କୁମାର ପାଢ଼ୀ, ବିଶ୍ୱ ରଞ୍ଜନ ଗୌଡ଼, ଲକ୍ଷ୍ମୀକାନ୍ତ ମିଶ୍ର,ସୁଜିତ୍ କୁମାର ନାୟକ , ପ୍ରସନ କୁମାର ବସ୍ତିଆ , ରାମଚନ୍ଦ୍ର ପାଳ, ନରେଶ କୁମାର ଷଡଙ୍ଗୀ, ହରେକୃଷ୍ଣ ମହାରଣା , ସୋମନାଥ ସାକିଆ, ହିତକର ଚରତି, ସୁବର୍ଣ୍ଣ କୁମାରୀ ଖିଲଙ୍କ ସମେତ ସମସ୍ତ ବ୍ଲକର ଗୋଷ୍ଠୀ ଶିକ୍ଷା ଅଧିକାରୀ ମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

powered by social2s