ଭୁବନେଶ୍ବର: ସାମାଜିକ ଯୁବ ସଂଗଠନର ପଞ୍ଚମ ବାର୍ଷିକ ଉତ୍ସବ ଖଣ୍ଡଗିରି ଜୟଦେବ ବାଟୀକା ପୁରୁଣା ବସଷ୍ଟାଣ୍ଡ ଠାରେ ଅନୁଷ୍ଠିତ ହୋଇଯାଇଛି ।
ବରିଷ୍ଠ ସାମ୍ବାଦିକ ତଥା ସମାଜମଙ୍ଗଳ ହୁଣ୍ଡିର ମୁଖ୍ୟ ଉପଦେଷ୍ଟା ପ୍ରଦ୍ୟୁମ୍ନ ଶତପଥୀଙ୍କ ସଭାପତିତ୍ୱରେ ସମ୍ବାଦର ସମ୍ପାଦକ ସୌମ୍ୟରଂଜନ ପଟ୍ଟନାୟକ ଯୋଗଦେଇ ସମାଜମଙ୍ଗଳ ହୁଣ୍ଡରର ଏହି ମହାନ କାର୍ଯ୍ୟ କୁ ଉଚ୍ଚ ପ୍ରଶଂସା କରିଥିଲେ । ଦୁଇଜଣ କର୍କଟ ପିଡ଼ିତ ଭୁବନେଶ୍ୱର ସାଳିଆ ସାହି ବସ୍ତିର ଚାରିବର୍ଷ ବାଳକ ରୋହନ ପ୍ରଧାନଙ୍କୁ ୨୩,୭୫୬ ଟଙ୍କା ଓ କଣାସ ଅଞ୍ଚଳର ଆଠ ବର୍ଷର ବାଳକ ସତ୍ୟନାରାୟଣ ସ୍ବାଇଁଙ୍କୁ ୨୪ ହଜାର ୯୭ ଟଙ୍କା ସମାଜମଙ୍ଗଳ ହୁଣ୍ଡିରୁ ଅର୍ଥରାଶି ଅତିଥିମାନଙ୍କ ହସ୍ତରେ ପ୍ରଦାନ କରାଯିବା ସହ ସହ ଓଡ଼ିଶାରେ ବିଭିନ୍ନ କ୍ଷେତ୍ରରେ ସୁନାମର୍ଜନ କରିଥିବା ବ୍ୟକ୍ତି ବିଶେଷ ମାନଙ୍କୁ ସେବା ସମ୍ମାନ ୨୦୨୨ ରେ ସମ୍ବର୍ଦ୍ଧିତ କରାଯାଇଥିଲା । ଏହାସହ ଶହେରୁ ଉର୍ଦ୍ଧ ଅସହାୟ ଗରିବ ଲୋକଙ୍କୁ କମ୍ବଳ ବଣ୍ଟନ କରାଯାଇଥିଲା ।
ଏହି କାର୍ଯ୍ୟକ୍ରମ ରେ ସମ୍ମାନିତ ଅତିଥିଭାବେ ଭୁବନେଶ୍ୱର ପୂର୍ବତନ ସାଂସଦ ପ୍ରସନ୍ନ ପାଟଶାଣୀ , ସମାଜସେବୀ ସସ୍ମିତା ଦାସ , ଯୁବନେତା ଅମରେଶ ଜେନା , କର୍ପୋରେଟର ଅଶ୍ୱନି ସୁନ୍ଦରାୟ, ସ୍ତମ୍ଭକାର ବନ୍ଦନା ହରିଚନ୍ଦନ, ଚଳଚ୍ଚିତ୍ର ପ୍ରଯୋଜକ ଶ୍ରୀଧର ମାର୍ଥା, ଅଭିନେତା ମିଟୁ ମିଥୁନ, ସ୍ମୃତି ରଞ୍ଜ୍ନନ୍ ମହାନ୍ତି, ପ୍ରଫେସର ଜ୍ଞାନେନ୍ଦ୍ର ପଲାଇ, ସମାଜସେବୀ ବାପି ମହାନ୍ତି ପ୍ରମୁଖ ଯୋଗଦେଇଥିଲେ । କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିଲେ ସମାଜମଙ୍ଗଳ ହୁଣ୍ଡିର ପ୍ରତିଷ୍ଠାତା ବାପୁ ଓଝା ଓ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ସଂଗଠନ ର ସଭାପତି ଚିତ୍ତରଂଜନ ଦାଶ ।
ଦୁଇଜଣ କର୍କଟ ପୀଡ଼ିତ ବାଳକଙ୍କୁ ସମାଜମଙ୍ଗଳ ହୁଣ୍ଡିରୁ ଅର୍ଥରାଶି ପ୍ରଦାନ; ସକାଳ ର ଯୁବ ସାମ୍ବାଦିକ ସନ୍ତୋଷ ପଣ୍ଡା ପାଇଲେ ସେବା ସମ୍ମାନ
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s

