ଭୁବନେଶ୍ବର: ଭୁବନେଶ୍ୱର ଶିଶୁ ଭବନ ଛକରେ ଥିବା ଏକ ବିଜ୍ଞାପନ ହୋର୍ଡିଙ୍ଗ ଉପରେ ଚଢ଼ି ଆତ୍ମହତ୍ୟା ଧମକ ଦେଇଥିବା ସୁଚନା। ରାଉରକେଲା ରୁ ଭୁବନେଶ୍ୱର ୫୩୦ କିଲୋମିଟର ପାଦରେ ଚାଲି ଚାଲି ଆସିଥିଲେ ଯୁବ ସମାଜସେବୀ ମୁକ୍ତିକାନ୍ତ ବିଶ୍ୱାଳ। ହାତରେ ଡିଜେଲ ବୋତଲ ଓ ଦିଆସିଲି ଧରି ସେ ଆତ୍ମହତ୍ୟା କରିବାକୁ ବାରମ୍ବାର ଧମକ ଦେଇଛନ୍ତି। ରାଉରକେଲାର ଉନ୍ନତିକରଣ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ସେ ଦେଖା କରିବାକୁ ଆସିଥିବା କହିଛନ୍ତି। ତାଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି ପୋଲିସ ଓ ଅଗ୍ନିଶମ ବାହିନୀ। ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ପୋଲିସକୁ ଗତ ୭ ଦିନ ହେଲା ନିବେଦନ କରିଥିବା ପରେ ବି କୌଣସି ପଦକ୍ଷେପ ନିଆଯାଇନଥିବା ଅଭିଯୋଗ କରିଛନ୍ତି ମୁକ୍ତିକାନ୍ତ।
ନିଜ ପ୍ରତିକ୍ରିୟାରେ ମୁକ୍ତିକାନ୍ତ କହିଛନ୍ତି ଯେ ପୂର୍ବରୁ ମୁଖ୍ୟମନ୍ତ୍ରୀ ରାଉରକେଲାରେ କେତେକ ଉନ୍ନତିମୁଳକ ପ୍ରକଳ୍ପ ପାଇଁ ପ୍ରତିଶ୍ରୁତି ଦେଇଥିଲେ। ସେ ଏବିଷୟରେ କିଛି ସମୟ ମୁଖ୍ୟମନ୍ତ୍ରୀଙ୍କୁ ଦେଖା କରିବାକୁ ଚାହୁଁଥିଲେ। ଏଥିରେ ବିଫଳ ହେବାରୁ ସେ ଏହି ପଦକ୍ଷେପ ନେଇଛନ୍ତି।
ଭୁବନେଶ୍ବରରେ ହୋର୍ଡିଙ୍ଗ ଉପରେ ଚଢ଼ି ଯୁବକଙ୍କ ପ୍ରତିବାଦ
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s

