ଭୁବନେଶ୍ବର: ଆଜି ଭୁବନେଶ୍ୱର ଠାରେ ସର୍ବ ଭାରତୀୟ ହୋ ଭାଷା କ୍ରିୟାନୁଷ୍ଠାନ କମିଟିର ଓଡିଶା ଶାଖା ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ କରାଯାଇଥିଲା। ଏହି ସାମ୍ବାଦିକ ସମ୍ମିଳନୀରେ ହୋ ଭାଷାକୁ ଓଡ଼ିଶାରେ ଦ୍ୱିତୀୟ ରାଜଭାଷା ମାନ୍ୟତା, ୮୦%ରୁ ଅଧିକ ହୋ ଛାତ୍ରଛାତ୍ରୀ ଥିବା ପ୍ରାଥମିକ ବିଦ୍ୟାଳୟ ଗୁଡିକରେ ହୋ ଶିକ୍ଷକ ନିଯୁକ୍ତି, ଶ୍ରୀ ରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟରେ ହୋ ଭାଷାରେ ପାଠ୍ୟକ୍ରମ ପ୍ରଚଳନ, ଅଙ୍ଗନୱାଡ଼ିରେ ହୋ ଭାଷାରେ ମାର୍ଗଦର୍ଶିକା ପୁସ୍ତକ ପ୍ରକାଶନ ଓ ହୋ ଭାଷାକୁ ସମ୍ବିଧାନର ଅଷ୍ଟମ ସୂଚୀରେ ଅନ୍ତର୍ଭୁକ୍ତ କରିବା ପାଇଁ ଦାବି କରାଯାଇଥିଲା। ଏହା ବ୍ୟତୀତ କମିଟି ପକ୍ଷରୁ ସୂଚନା ଦିଆଯାଇଛି ଯେ, ଆସନ୍ତାକାଲି ଓଡିଶା ଓ ଝାଡଖଣ୍ଡରୁ ହଜାର ହଜାର ସଦସ୍ଯ ଭୁବନେଶ୍ୱର ମହାତ୍ମାଗାନ୍ଧୀ ମାର୍ଗରେ ଏକାଠି ହୋଇ ଏକ ସଭା ମାଧ୍ଯମରେ ତାଙ୍କର ଦାବି ଗୁଡିକ ମାନି ନେବାପାଇଁ ରାଜ୍ଯ ସରକାରଙ୍କୁ ନିବେଦନ କରିବେ।
powered by social2s

