ଭୁବନେଶ୍ବର: ଆଜି ବଡ଼ ଦିନ, ପ୍ରଭୁ ଯିଶୁଙ୍କ ଜନ୍ମ ଦିନ। ଏହି ଅବସରରେ ପୃଥିବୀର ସବୁଠୁ ବଡ ସାନ୍ତାକ୍ଲଜ୍ ତିଆରି କଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ୨୭ ଫୁଟ ଉଚ୍ଚତା ଓ ୬୦ ଫୁଟ ଚଉଡ଼ାର ସାନ୍ତା ବନାଇଛନ୍ତି ସୁଦର୍ଶନ ପଟ୍ଟନାୟକ ଓ ଦେଶବାସୀଙ୍କୁ ବଡ଼ ଦିନର ଶୁଭେଚ୍ଛା ଜଣାଇଛନ୍ତି । ୧୫ଶହ କିଲୋ ଟମାଟୋରେ ତିଆରୀ ହୋଇଛି ସାନ୍ତା । ଏହି ସୁନ୍ଦର ବାଲୁକା କଳାକୁ ଟ୍ୱିଟର ସେୟାର କରିଛନ୍ତି ସୁଦର୍ଶନ । ଏହି ବାଲୁକା କଳାକୁ ତିଆରୀ କରିବାରେ ସୁଦର୍ଶନକୁ ସହଯୋଗ କରିଥିଲେ ତାଙ୍କ ଛାତ୍ରମାନେ ।
powered by social2s

