ଭୁବନେଶ୍ୱର: ନିରାପତ୍ତାର ସହ ନୂଆବର୍ଷ ପାଳନ କରିବା ନେଇ ଭିଡିଓ ବାର୍ତ୍ତା ମାଧ୍ଯମରେ ଭୁବନେଶ୍ୱରବାସୀଙ୍କୁ ସଚେତନ କରାଇଛନ୍ତି ଡିସିପି ପ୍ରତୀକ ସିଂହ। ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ କହିଛନ୍ତି ଯେ, ନୂଆ ବର୍ଷ ସେଲିବ୍ରେସନ ବେଳେ ସିଟିର ଟ୍ରାଫିକ୍ ନିୟମ ମାନନ୍ତୁ, ମଦ ନିଶାରେ ଗାଡ଼ି ଚଳାନ୍ତୁ ନାହିଁ, ୫୦ କିମିରୁ ଅଧିକ ବେଗରେ ଗାଡି ଚଲାନ୍ତୁ ନାହିଁ, ପାର୍ଟିକୁ ଯାଉଥିଲେ ସାଥିରେ ଡ୍ରାଇଭର ନେଇକି ଯାଆନ୍ତୁ, ନୋ ପାର୍କିଂ ଜୋନ୍ରେ ଗାଡ଼ି ରଖନ୍ତୁ ନାହିଁ । ଏଥିସହ ନିୟମ ଉଲ୍ଲଙ୍ଘନ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।
powered by social2s

