ବରିଷ୍ଠ କଳାକାର ସଂଘର ବର୍ଷାନ୍ତ ସମୀକ୍ଷା ବୈଠକ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ବ୍ରହ୍ମପୁର:( ରିପୋର୍ଟ ତ୍ରିନାଥ ପଟ୍ଟନାୟକ ):କଳା ଓ କଳାକାର ହିତୈଷୀ ମହାମଞ୍ଚ "ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ" ପକ୍ଷରୁ ସଭାପତି ସୀମାନ୍ତ ନଟରାଜ ଡ଼ା. ତିରୁପତି ସାହୁଙ୍କ ଅଧ୍ୟକ୍ଷତାରେ ବର୍ଷାନ୍ତ ସମୀକ୍ଷା ବୈଠକ ସ୍ଥାନୀୟ ସୁବାରାଓ ଛକ ସ୍ଥିତ ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘ କାର୍ଯ୍ୟଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସଂଘ କାର୍ଯ୍ୟକାରୀ ସଭାପତି ଦୂର୍ଗା ପ୍ରସାଦ ଆଚାର୍ଯ୍ୟ, ସୁନାମଧନ୍ୟ ମୃଦଙ୍ଗ ବାୟକ କୁନୁ ବେହେରା ଏବଂ ଯୁବ ନାଟ୍ୟ ନିର୍ଦ୍ଦେଶକ କୃଷ୍ଣ ଚନ୍ଦ୍ର ପଣ୍ଡା ମଞ୍ଚାସୀନ ରହି ମହାସଂଘ କତ୍ତୃକ ଇଂରାଜୀ ନୂତନ ବର୍ଷ ୨୦୨୩ ପକେଟ୍ କ୍ୟାଲେଣ୍ଡରର ଲୋକାର୍ପିତ କରିଥିଲେ । ଏହି ଅବସରରେ ତମାମ ବର୍ଷର ମହାସଂଘ କାର୍ଯ୍ୟଧାରା ସମ୍ପର୍କ ସହ ଆଗାମୀ ନବବର୍ଷରେ ଓଡ଼ିଶା ନାଟ୍ୟ ଦିବସ ପାଳନ ସହ ପବିତ୍ର ଶ୍ରୀପଞ୍ଚମୀ ଠାରୁ ଚତୁର୍ଦ୍ଦିନାଙ୍କ ବ୍ୟାପୀ ପୌରାଣିକ ନାଟକ ମହୋତ୍ସବ ସମ୍ପର୍କରେ ଆଲୋଚନା କରାଯାଇଥିଲା ।ଏଥିରେ ପ୍ରତ୍ୟେକ ଦିନ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ପ୍ରତିଭାଦୀପ୍ତ କଳାକାର ତଥା ସାରସ୍ଵତ ସାଧକ ପାଞ୍ଚ ଜଣଙ୍କୁ ମହାସଂଘ ପକ୍ଷରୁ ସମ୍ବର୍ଦ୍ଧିତ କରାଯିବା ନିଷ୍ପତ୍ତି ଚୁଡାନ୍ତ ହୋଇଥିଲା । ମହାସଂଘ ମହାସଚିବ ସୁବାସ ଚନ୍ଦ୍ର ସାହୁ ରୋଶନ୍ ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ କିରଣବାଳା ମିଶ୍ର ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ ।

powered by social2s