ନୂଆ ଆଶା ଓ ନୂଆ ସମ୍ଭାବନା ନେଇ ଆସିଛି ନୂଆବର୍ଷ -୨୦୨୩

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ନୂଆ ଆଶା ଓ ନୂଆ ସମ୍ଭାବନା ନେଇ ଆସିଛି ନୂଆବର୍ଷ -୨୦୨୩। ସକାଳର ସୂର୍ଯ୍ୟାଦୟକୁ ଦେଖିବା ପାଇଁ ପୁରୀ ବେଳାଭୂମିରେ ଲୋକଙ୍କର ପ୍ରବଳ ଭିଡ ଦେଖାଯାଇଥିଲା । ସମସ୍ତେ ନିଜ ପରିବାର, ବନ୍ଧୁବାନ୍ଧବ ଓ ସାଙ୍ଗସାଥିଙ୍କ ସହ ନୂଆବର୍ଷକୁ ସ୍ଵାଗତ କରିବା ନିମନ୍ତେ ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ ଓ ମନ୍ଦିର ବୁଲିବା ପାଇଁ ଯାଉଛନ୍ତି। ବିଭିନ୍ନ ମନ୍ଦିରରେ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଛି। ପୁରୀରେ ଜଗତର ନାଥ ଜଗନ୍ନାଥଙ୍କ ଦର୍ଶନ ପାଇଁ ବଡ଼ଦାଣ୍ଡରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଧାଡ଼ିରେ ଅପେକ୍ଷା କରିଥିବା ଦେଖିବାକୁ ମିଳିଛି। ଆଜିଠାରୁ ସେବାୟତ, ଅଧିକାରୀ ଓ କର୍ମଚାରୀଙ୍କ ପାଇଁ ଶ୍ରୀମନ୍ଦିର ଭିତରେ ସ୍ମାର୍ଟଫୋନ୍ ନିଷେଧ କରାଯାଇଛି। ମନ୍ଦିର ପ୍ରବେଶ ପୂର୍ବରୁ ମୋବାଇଲ ଫୋନ୍ ରଖିବା ପାଇଁ ୩ଟି ସ୍ଵତନ୍ତ୍ର କାଉନଣ୍ଟର ଖୋଲା ଯାଇଛି। ଆଜି କୋଣାର୍କ ସୂର୍ଯ୍ୟମନ୍ଦିରରେ ପ୍ରବେଶ ଶୁଳ୍କ ଛାଡ଼ କରାଯାଇଛି। ସେହିପରି ରାଉରକେଲା ତ୍ରିଶକ୍ତି ଧାମରେ ଭକ୍ତଙ୍କର ସମାଗମ ହୋଇଛି। ଏଠାରେ ହନୁମାନଙ୍କ ସିନ୍ଦୁରକଣ୍ଡ ପାଠ କରାଯାଇଛି ଓ ଭଜନ କାର୍ଯ୍ୟକ୍ରମର ମଧ୍ଯ ଆୟୋଜନ କରାଯାଇଛି। ସୁଖ ଶାନ୍ତି କାମନା କରି ପ୍ରାର୍ଥନା କରୁଛନ୍ତି ଶ୍ରଦ୍ଧାଳୁ। ଆଜି ମଧ୍ୟ ଶାମ୍ବ ଦଶମୀ। ଘରେ ଘରେ ସୁର୍ଯ୍ୟ ପୂଜା ଚାଲିଛି । ଲୋକେ ପ୍ରଭାତରୁ ସୁର୍ଯ୍ୟଙ୍କୁ ଅର୍ଘ୍ୟ ଅର୍ପଣ କରିଛନ୍ତି।

powered by social2s