ଶ୍ରୀଜଗନ୍ନାଥ ସଂସ୍କୃତି ପରିଷଦ ପକ୍ଷରୁ ୧୯୬ ତମ କଥାମୃତ ଓ ଭଜନ କାର୍ଯ୍ୟକ୍ରମ ଅନୁଷ୍ଠିତ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ଭୁବନେଶ୍ବର ପାତ୍ରପଡା କଳିଙ୍ଗବିହାର ମହାକାଳେଶ୍ଵର ମନ୍ଦିରରେ ଶ୍ରୀମତୀ ସଞ୍ଚିତା ମହାନ୍ତି ଙ୍କ ସଭାପତିତ୍ବରେ ପ୍ରାର୍ଥନା ଦିବସ ଅବସରରେ ସାମାଜ ର ମଙ୍ଗଳ ପାଇଁ ପ୍ରାର୍ଥନା କରାଯାଇ ଶ୍ରୀଜଗନ୍ନାଥ ସଂସ୍କୃତି ପରିଷଦ ପକ୍ଷରୁ ୧୯୬ ତମ କଥାମୃତ ଓ ଭଜନ ଅନୁଷ୍ଠିତ ହୋଇଯାଇଛି। କଳିଙ୍ଗବିହାର ଉନ୍ନୟନ ର ସଭାପତି ରବି ନାରାୟଣ ମହାପାତ୍ର, ମନ୍ଦିର କମିଟିର ସଭାପତି ବଂଶୀଧର ବାବୁ ଓ ଆଜୀବନ ସଦସ୍ୟ ଗୌରାଙ୍ଗ ନାୟକ ଙ୍କ ସହଯୋଗରେ ପରିଷଦର ଏହି କାର୍ଯ୍ୟକ୍ରମରେ ପ୍ରବକ୍ତା ପଣ୍ଡିତ ଶ୍ରୀଯୁକ୍ତ ପଦ୍ମନାଭ ତ୍ରିପାଠୀ, ସ୍କନ୍ଦ ପୁରାଣ ଅନୁସାରେ " ଶ୍ରୀଜଗନ୍ନାଥ" ଙ୍କ ସମନ୍ଧରେ ବହୁ କଥା କହିଥିଲେ। ଆଜିର କାର୍ଯ୍ୟକ୍ରରେ ଦିବ୍ୟ ରଞ୍ଜନ ପଟ୍ଟନାୟକ, ଦିଲ୍ଲୀପ ମହାନ୍ତି, ସୁଧାକର ମହାନ୍ତି ଯଦୁମଣି ପ୍ରଧାନ, ବିମ୍ବାଧର ପଣ୍ଡା ଓ ଡ ସୁଶୀଲ ପଟ୍ଟନାୟକ ଙ୍କ ସହଯୋଗରେ ଭଜନ ପରିବେଷଣ ହୋଇଥିଲା । ଉପଦେଷ୍ଟା ପ୍ରଭାତ କୁମାର ନନ୍ଦ, ବାଳକୃଷ୍ଣ ପଣ୍ଡା,ରବି ନାରାୟଣ ମିଶ୍ର,ଉପ ସଭାପତି ରବିନାରାୟଣ ମହାପାତ୍ର, ରାଧାବଲ୍ଳଭ ସିଂହ, ପ୍ରଭାକର ମଲ୍ଲିକ ନିରଞ୍ଜନ ଦାସ, ଅଖିଳ ସାହୁ, ଅକ୍ଷୟ ସାହୁ,ଅକ୍ଷୟ ଉପାଧ୍ୟାୟ, ତ୍ରିଲୋଚନ ନାୟକ ବଂଶୀଧର ନାୟକ, ମନୋରଞ୍ଜନ ମହାନ୍ତି, ଶ୍ରୀନିବାସ ରାଓ, କାମେଶ୍ଵର ରାଓ, ସମ୍ପାଦକ ନାରାୟଣ ମହାପାତ୍ର ଯୁଗ୍ମ ସମ୍ପାଦକ ଅଜୟ ହରିଚନ୍ଦନ ଓ ପରିଷଦ ର ସଦସ୍ୟ ଓ ସଦସ୍ୟା ମାନେ ଉପସ୍ଥିତ ଥିଲେ। ମହାକାଳେଶ୍ଵର ମନ୍ଦିର ଅନୁଷ୍ଠାନ ର ପ୍ରମୂଖ ସଦସ୍ୟ ମାନେ ମଧ୍ଯ ଉପସ୍ଥିତ ରହି ସହଯୋଗ କରିଥିଲେ । ଏହି କଥାମୃତ ସଭାରେ ବହୁ ସଂଖ୍ୟାରେ ଜଗନ୍ନାଥ ପ୍ରେମୀ ଯୋଗ ଦେଇଥିବାରୁ ସମସ୍ତଙ୍କୁ ଧନ୍ଯବାଦ ଜଣା ଯାଇ ଥିଲା, ପରେ ସମସ୍ତେ ମିଳି ମିଶି ପ୍ରସାଦ ସେବନ କରିଥିଲେ।

powered by social2s