ଭୁବନେଶ୍ୱର ୨୬.୧୨.୨୦: ବିଜୁ ଜନତା ଦଳର ୨୪ ତମ ପ୍ରତିଷ୍ଠା ଦିବସ ଅବସରରେ ଉଇନର ଆସୋସିଏସନ୍ ଶହୀଦନଗର ଠାରେ ପିଲାଙ୍କୁ ଖାତା, ପେନସିଲ, ପେନ, ଚକୋଲେଟ ଓ ଅନ୍ୟାନ୍ୟ ଚଟପଟି ଖାଦ୍ୟ ସରୋଜ ପାତ୍ର ଙ୍କ ନେତୃତ୍ୱ ରେ ବଣ୍ଟା ଯାଇଥିଲା।
ଅନ୍ୟାନ୍ୟ ଉପସ୍ଥିତ ଅତିଥି ମାନେ ପିଲାମାନେ ଭଲ ପଢ଼ି ଭଲ ମଣିଷ ହେବା ସହିତ ବାପା ଓ ମାଆ ଙ୍କ ଇଛା ପୂରଣ କରିବାକୁ ପରାମର୍ଶ ଦେଇଥିଲେ। ଆଜିର କାର୍ଯ୍ୟକ୍ରମ ରେ ଉମା ନାଥ ମିଶ୍ର, ନାରାୟଣ ମହାପାତ୍ର, ଲଲିତ ମୋହନ ପଣ୍ଡା, ଶରତ ବେହେରା, ଅଚ୍ୟୁତ ପ୍ରସାଦ ବେହେରା, ଶ୍ରୀନିବାସ ରାଓ, ଭବାନି ଜେନା, ମନୋରଞ୍ଜନ ପଲେଇ ଦେବାଶିଷ ମହାରଣା, ସୁନିଲ ତାଡ଼, ଜୋସେଫ ଦୀଘଲ୍, ପ୍ରକାଶ ନାୟକ, ରାହୁଲ ଗଣେଶ ରାଓ, ସନ୍ତୋଷ ରାଓ ଓ କ୍ଲବ ର ଅନ୍ୟାନ୍ୟ ସଦସ୍ୟ ମାନେ ଉପସ୍ଥିତ ହୋଇ ସହଯୋଗ କରିଥିଲେ।
ଶେଷରେ ସରୋଜ କୁମାର ପାତ୍ର ସମସ୍ତଙ୍କୁ ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥିଲେ।
powered by social2s

