ବେଗୁନିଆପଡା: ଏହି ବ୍ଲକ ଅନ୍ତର୍ଗତ ଅଙ୍ଗରଗାଁ ଠାରେ କ୍ରିଷ୍ଣା କନହେୟା ଚିଲଡ୍ରେନ ଏକାଡେମୀ ସହବନ୍ଧିତ ଇଣ୍ଟରନ୍ୟାସନାଲ ଗୋଡିୟ ବେଦାନ୍ତ ପବ୍ଲିକ ସ୍କୁଲ ର ନୂତନ କୋଠା ଉଦ୍ଘାଟିତ ହୋଇଯାଇଛି। କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ଓ ଆସିକା ସାଂସଦ ପ୍ରମିଳା ବିଷୋୟୀ ଅତିଥି ଭାବେ ଯୋଗଦେଇ ଏହି ଅନୁଷ୍ଠାନକୁ ଉଦ୍ଘାଟନ କରିଥିଲେ। ପରେ ଶ୍ରୀଲ ଭକ୍ତି ବେଦାନ୍ତ ଶ୍ରୀଧର ଗୋସ୍ୱାମୀ ମହାରାଜ ଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏକ ସମାରୋହରେ ଉଭୟ ବିଧାୟିକା ଓ ସାଂସଦ ଗ୍ରାମାଞ୍ଚଳରେ ଏଭଳି ଶିକ୍ଷାନୁଷ୍ଠାନର ଆବଶ୍ୟକତା ରହିବା ସହ ଗୁରୁକୂଳ ଆଶ୍ରମ ଭଳି ଏହାର ମୂଳଦୁଆ ପଡିବା ଆବଶ୍ୟକ ବୋଲି ପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମରେ ଶ୍ରୀପାଦ ଭକ୍ତି ବେଦାନ୍ତ ପଦ୍ମନାଭ ମହାରାଜ, ଶ୍ରୀପାଦ ଭକ୍ତି ବେଦାନ୍ତ ବୋଧୟନ ମହାରାଜ ପ୍ରମୁଖ ଙ୍କ ସମେତ ଜିଲ୍ଲା ପରିଷଦ ବିନୋଦିନି ସ୍ୱାଇଁ, ବ୍ଲକ ଅଧକ୍ଷା ରେଣୁ ଗୌଡ଼, ଅନୁଷ୍ଠାନର କାର୍ଯ୍ୟକର୍ତା ପୂର୍ଣ୍ଣଚନ୍ଦ୍ର ବେହେରା, ରମେଶ କୁମାର ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହିବା ସହ ଅନୁଷ୍ଠାନର ଅଧକ୍ଷ ରବୀନ୍ଦ୍ର କୁମାର ସ୍ୱାଇଁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ରିପୋର୍ଟ :ଦେବାଶିଷ ମହାରଣା
ଅଙ୍ଗରଗାଁ ଠାରେ ଇଣ୍ଟରନ୍ୟାସନାଲ ଗୋଡିୟ ବେଦାନ୍ତ ପବ୍ଲିକ ସ୍କୁଲ ର ନୂତନ କୋଠା ଉଦ୍ଘାଟିତ
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s

