ପରାମର୍ଶଦାତାଙ୍କ ତିନି ଦିନିଆ ପ୍ରଶିକ୍ଷଣ ଶିବିର ଉଦଯାପିତ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

କୋରାପୁଟ : ( ରିପୋର୍ଟ ତ୍ରିନାଥ ପଟ୍ଟନାୟକ ): ବିଦ୍ୟାଳୟ ସ୍ତରରୁ ରେଡ଼କ୍ରସ କାର୍ଯ୍ୟକ୍ରମକୁ କ୍ରିୟାଶୀଳ କରିବା ପାଇଁ ଭାରତୀୟ ରେଡ୍ କ୍ରସ୍ ସୋସାଇଟି ଓଡ଼ିଶା ରାଜ୍ୟ ଶାଖା ଓ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ କୋରାପୁଟର ମିଳିତ ଆନୁକୂଲ୍ୟରେ ରାଜ୍ୟ ସ୍ତରୀୟ ଜିଲ୍ଲା ଜୁନିୟର ରେଡ୍ କ୍ରସ୍ ପରାମର୍ଶଦାତାମାନଙ୍କର ତିନିଦିନିଆ ପ୍ରଶିକ୍ଷଣ ଶିବିର ସରକାରୀ ଉଚ୍ଚ ବିଦ୍ୟାଳୟ କାକିରିଗୁମ୍ମା ଠାରେ ଅନୁଷ୍ଠିତ ହୋଇଯାଇଅଛି। ଜିଲ୍ଲା ଶିକ୍ଷା ଅଧିକାରୀ ତଥା ଅଧ୍ୟକ୍ଷ ଜିଲ୍ଲା କନିଷ୍ଠ ରେଡକ୍ରସ ଶ୍ରୀଯୁକ୍ତ ରାମଚନ୍ଦ୍ର ନାହାକଙ୍କ ସଭାପତିତ୍ବରେ ଆୟଜିତ ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସହିଦ୍ ଲକ୍ଷ୍ମଣ ନାୟକ ଭେଷଜ ମହାବିଦ୍ୟାଳୟର ପ୍ରଫେସର ଡାକ୍ତର ଗୋପାଳକୃଷ୍ଣ ନାୟକ, ସମ୍ମାନିତ ଅତିଥି ଭାବେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଲକ୍ଷ୍ମୀପୁର କୈଳାଶ ଚନ୍ଦ୍ର ବେହେରା, ବନ୍ଧୁଗାଁ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରଫୁଲ୍ଲ କୁମାର ମିଶ୍ର ଯୋଗଦାନ କରି ରେଡକ୍ରସ ର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ତଥା ସାଂପ୍ରତିକ ପରିସ୍ଥିତିରେ ରେଡକ୍ରସ ର ଭୂମିକା ଏବଂ ପରାମର୍ଶ ଦାତା ଙ୍କ ଦାୟିତ୍ଵ ଓ କର୍ତ୍ତବ୍ୟ ବିଷୟରେ ଆଲୋକପାତ କରିଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ କାକିରିଗୁମା ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଉପେନ୍ଦ୍ର ସୁନାନୀ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲାବେଳେ ଜିଲ୍ଲା କନିଷ୍ଠ ରେଡ଼କ୍ରସ ସମ୍ପାଦକ ଭୀମ ବେହେରା କାର୍ଯ୍ୟକ୍ରମର ଆଭିମୁଖ୍ୟ ପ୍ରଦାନ କରିଥିଲେ । ଜିଲ୍ଲା କନିଷ୍ଠ ରେଡକ୍ରସ ଅଧିକାରୀ ଯଜ୍ଞେଶ୍ବର ପଣ୍ଡା କାର୍ଯ୍ୟକ୍ରମ ପରିଚାଳନା କରିଥିଲାବେଳେ ଜିଲ୍ଲା ସାଧନ କର୍ମୀ ଜ୍ୟୋତିରଞ୍ଜନ ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ତ୍ରି ଦିବସୀୟ କାର୍ଯ୍ୟକ୍ରମରେ ରାଜ୍ୟ ସାଧନକର୍ମୀ ଯଜ୍ଞେଶ୍ଵର ପଣ୍ଡା, ଡାକ୍ତର ଗୋପାଳକୃଷ୍ଣ ନାୟକ, ଶିଶୁ ସୁରକ୍ଷା ଅଧିକାରୀ ରାଜଶ୍ରୀ ଦାସ, ଜିଲ୍ଲା ସାଧନକର୍ମୀ ଜ୍ୟୋତିରଞ୍ଜନ ନନ୍ଦ, ହରେକୃଷ୍ଣ ମହାରଣା , ନବଘନ ରାଉତ ଏବଂ ଓଡ୍ରାଫ କୋରାପୁଟର ସାଧନକର୍ମୀ ଆଲୋକ କୁମାର ପାଣି ଓ ସନ୍ତୋଷ କୁମାର ପଣ୍ଡା ଯୋଗଦାନ କରି ରେଡକ୍ରସର ଇତିହାସ,ମୌଳିକ ନୀତି,ପ୍ରତିଷ୍ଠାତାଙ୍କ ଜୀବନୀ, ରେଡ୍ କ୍ରସ ଚିହ୍ନ,ବିଦ୍ୟାଳୟ ଜୁନିୟର ରେଡକ୍ରସ ପରିଚାଳନା କମିଟି ଗଠନ, ରେଡ୍ କ୍ରସର ବିଭିନ୍ନ କାର୍ଯ୍ୟକ୍ରମ, ରକ୍ତଦାନ ଓ ଏଡ୍ସ ସଚେତନତା ,ପ୍ରାଥମିକ ଚିକିତ୍ସା , ସଡ଼କ ସୁରକ୍ଷା, ଶିଶୁ ସୁରକ୍ଷା ଓ ଶିଶୁ ଶ୍ରମିକ ନିବାରଣ , ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ଓ ଜଳବାୟୁ ପରିବର୍ତ୍ତନ ତଥା ଯୋଗାସନ ଓ ପ୍ରାଣାୟାମ ଉପରେ ପ୍ରଶିକ୍ଷାର୍ଥୀମାନଙ୍କୁ ତାଲିମ ପ୍ରଦାନ କରିଥିଲେ ।ଏହି ପ୍ରଶିକ୍ଷଣ ଶିବିରରେ ଜିଲ୍ଲାର ୧୪ଟି ବ୍ଲକରୁ ୩୦ ଜଣ ପରାମର୍ଶଦାତା ଓ ପରାମର୍ଶଦାତ୍ରୀ ଯୋଗ ଦେଇ ତାଲିମ ଗ୍ରହଣ କରିଥିଲେ ।ଏହି ଅବସରରେ ଏକ ରକ୍ତ ଦାନ ଶିବିର ଆୟୋଜନ କରାଯାଇ ୨୫ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା ।କାର୍ଯ୍ୟକ୍ରମର ଉଦଯାପନୀ ଦିବସରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଉପେନ୍ଦ୍ର ସୁନାନୀଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ତଥା କନିଷ୍ଠ ରେଡକ୍ରସ ଉପାଧ୍ୟକ୍ଷା ଶ୍ରୀମତୀ ଅର୍ପିତା ପ୍ରଧାନ ଓ ସମ୍ମାନିତ ଅତିଥିଭାବେ ଲକ୍ଷ୍ମୀପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ କୈଳାଶ ଚନ୍ଦ୍ର ବେହେରା ଓ ସେବାନିବୃତ୍ତ ପ୍ରଧାନ ଶିକ୍ଷକ ଜଳନ୍ଧର ବାଘ ଯୋଗଦାନ କରି ପ୍ରଶିକ୍ଷାର୍ଥୀଙ୍କୁ ସ୍ଵ ସ୍ୱ ବିଦ୍ୟାଳୟରେ ରେଡକ୍ରସ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରି ଛାତ୍ରଛାତ୍ରୀମାନଙ୍କ ମନରେ ସେବା ମନୋଭାବ ଉଦ୍ରେକ କରିବାପାଇଁ ପରାମର୍ଶ ଦେଇଥିଲେ ।ଏହି ଅବସରରେ ଜିଲ୍ଲା କନିଷ୍ଠ ରେଡକ୍ରସ ଅଧିକାରୀ ଯଜ୍ଞେଶ୍ଵର ପଣ୍ଡା ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ପରେପରେ ଶିବିରାର୍ଥୀମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା ଏବଂ ଦୀପ୍ତି କନ୍ ଭେଣ୍ଟ ସ୍କୁଲର ଶିକ୍ଷୟିତ୍ରୀ ଆସ୍ଵତି ନାମ୍ବିଆର ଓ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ବୋରିଗୁମ୍ମାର ଶିକ୍ଷକ ଶୁଭଶ୍ରୀ ଶୁଭଦର୍ଶନ ଜେନା ଶ୍ରେଷ୍ଠ ଶିବିରାର୍ଥୀ ଭାବେ ପୁରସ୍କୃତ କରାଯାଇଥିଲା ।ଶେଷରେ ପରାମର୍ଶ ଦାତା ସଞ୍ଜୀବ ବିଶୋଇ ଧନ୍ୟବାଦ ଅର୍ପଣ କରିଥିଲେ ।

powered by social2s