ଭୁବନେଶ୍ୱର: ଓଡ଼ିଶାରେ ସରକାରୀ ହାଇସ୍କୁଲ ପିଲାଙ୍କୁ ମିଳିବ ସଂରକ୍ଷଣ ସୁବିଧା। ଏ ନେଇ ଆଜି ରାଜ୍ୟ କ୍ୟାବିନେଟ ବୈଠକରେ ନିଷ୍ପତ୍ତି ନିଆଯାଇଛି।
ଡାକ୍ତରୀ ଓ ଇଂଜିନିୟରିଂ ରେ ନାମଲେଖା ପାଇଁ ମିଳିବ ସଂରକ୍ଷଣ ସୁବିଧା।
ଆସନ୍ତା ଶିକ୍ଷାବର୍ଷରୁ ସଂରକ୍ଷଣ ଲାଗୁ ହେବା ନିମନ୍ତେ ନିଷ୍ପତି ନିଆଯାଇଛି।
ଆଉ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ହେଲା ନିର୍ବାଚିତ ଲୋକ ପ୍ରତିନିଧି ଓ ସରକାରୀ କର୍ମଚାରୀ ସମ୍ପତ୍ତି ତାଲିକା ଦେବେ। ଉଭୟ ବର୍ଗ ପାଇଁ ବାର୍ଷିକ ସମ୍ପତି ତାଲିକା ପ୍ରଦାନ ବାଧ୍ୟତାମୂଳକ ।
ସରପଞ୍ଚଙ୍କ ଠାରୁ ମୁଖ୍ୟମନ୍ତ୍ରୀ ପର୍ଯ୍ୟନ୍ତ ସମ୍ପତି ତାଲିକା ଦେବାକୁ ବାଧ୍ୟ।
powered by social2s

