ଶ୍ରୀଜଗନ୍ନାଥ ସଂସ୍କୃତି ପରିଷଦ ପକ୍ଷରୁ ୧୯୭ ତମ କଥାମୃତ ଓ ଭଜନ କାର୍ଯ୍ୟକ୍ରମ ଅନୁଷ୍ଠିତ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ଭୁବନେଶ୍ୱର ନୟାପଲ୍ଲି ସ୍ଵପ୍ନେଶ୍ଵର ମନ୍ଦିରରେ ଶ୍ରୀମତୀ ସଞ୍ଚିତା ମହାନ୍ତି ଙ୍କ ସଭାପତିତ୍ବରେ ସମାଜ ର କଲ୍ଯାଣ ନିମନ୍ତେ ପ୍ରାର୍ଥନା କରାଯାଇ ଶ୍ରୀଜଗନ୍ନାଥ ସଂସ୍କୃତି ପରିଷଦ ପକ୍ଷରୁ ୧୯୭ ତମ କଥାମୃତ ଓ ଭଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ସ୍ଵପ୍ନେଶ୍ଵର ମନ୍ଦିର ର ସଭାପତି ନବଘନ ତ୍ରିପାଠୀ ସମ୍ପାଦକ ଶରତ ପଟନାୟକ, ଆଜୀବନ ସଦସ୍ୟ ରବି ନାରାୟଣ ମହାପାତ୍ର ଓ ଗୌରାଙ୍ଗ ନାୟକ ଙ୍କ ଜନ୍ମ ଦିନ ଅବସରରେ ପରିଷଦର ଏହି କାର୍ଯ୍ୟକ୍ରମରେ ପ୍ରବକ୍ତା ପଣ୍ଡିତ ଶ୍ରୀଯୁକ୍ତ ସୁଦର୍ଶନ ସାହୁ ସ୍କନ୍ଦ ପୁରାଣ ର ଇତିହାସ ଅନୁସାରେ "ଶ୍ରୀଜଗନ୍ନାଥ" ଙ୍କ ସମନ୍ଧରେ ବହୁ କଥା କହିଥିଲେ।

ଆଜିର କାର୍ଯ୍ୟକ୍ରମରେ ଦିବ୍ୟ ରଞ୍ଜନ ପଟ୍ଟନାୟକ, ଦିଲ୍ଲୀପ ମହାନ୍ତି, ଅନୁସୂୟା ରଥ, ସୁମିତା ତ୍ରିପାଠୀ ଧନେଶ୍ୱର ଓଝା, ବିମ୍ବାଧର ପଣ୍ଡା ଓ ଙ୍କ ସହଯୋଗରେ ଭଜନ ପରିବେଷଣ ହୋଇଥିଲା। ଉପଦେଷ୍ଟା ପ୍ରଭାତ କୁମାର ନନ୍ଦ,ରବି ନାରାୟଣ ମିଶ୍ର, କୋଷାଧ୍ୟକ୍ଷ ସୁରେଶ୍ ମିଶ୍ର ତ୍ରିଲୋଚନ ନାୟକ ନିରଞ୍ଜନ ପଣ୍ଡା ଗାନ୍ଧୀ ଚୌଧୁରୀ, ଅଖିଳ ସାହୁ, ଅକ୍ଷୟ ସାହୁ, ଅକ୍ଷୟ ଉପାଧ୍ୟାୟ, ତ୍ରିଲୋଚନ ନାୟକ ବଂଶୀଧର ନାୟକ, ମନୋରଞ୍ଜନ ମହାନ୍ତି, ଶ୍ରୀନିବାସ ରାଓ, କାମେଶ୍ଵର ରାଓ, ସମ୍ପାଦକ ନାରାୟଣ ମହାପାତ୍ର ଯୁଗ୍ମ ସମ୍ପାଦକ ଅଜୟ ହରିଚନ୍ଦନ, ଓ ପରିଷଦ ର ସଦସ୍ୟ ଓ ସଦସ୍ୟା ମାନେ ଉପସ୍ଥିତ ଥିଲେ।

ମହାକାଳେଶ୍ଵର ମନ୍ଦିର ଅନୁଷ୍ଠାନ ର ପ୍ରମୂଖ ସଦସ୍ୟ ମାନେ ମଧ୍ଯ ଉପସ୍ଥିତ ରହି ସହଯୋଗ କରିଥିଲେ । ଏହି କଥାମୃତ ସଭା ରେ ବହୁ ସଂଖ୍ୟାରେ ଜଗନ୍ନାଥ ପ୍ରେମୀ ଯୋଗ ଦେଇଥିବାରୁ ସମସ୍ତଙ୍କୁ ଧନ୍ଯବାଦ ଜଣା ଯାଇଥିଲା, ପରେ ସମସ୍ତେ ମିଳି ମିଶି ପ୍ରସାଦ ସେବନ କରିଥିଲେ।

powered by social2s