ଭୁବନେଶ୍ୱର: ନୂତନ ବର୍ଷର ଗହଳି କୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସାରା ରାଜ୍ୟରେ ଗୋଟିଏ ରାତି ପାଇଁ ରାତ୍ରି କର୍ଫ୍ୟୁ ଲାଗୁ କରିଛନ୍ତି।
ଏହା ଆଜି ରାତ୍ରି ୧୦ ଟାରୁ ଆସନ୍ତା ସକାଳ ୫ଟା ପର୍ଯ୍ୟନ୍ତ କର୍ଫ୍ୟୁ ବଳବତ୍ତର ରହିବ ବୋଲି ସ୍ୱତନ୍ତ୍ର ରିଲିଫ କମିଶନର ପଦୀପ ଜେନା ସୂଚନା ଦେଇଛନ୍ତି।
ସମ୍ଭାବ୍ୟ ଜନସମାଗମକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ରିଲିଫ୍ କମିଶନର ଏହି ନିଷ୍ପତ୍ତି ନେଇଛନ୍ତି।
ସମସ୍ତ ଜରୁରୀ ସେବା ଏବଂ ଗତିବିଧିକୁ କର୍ଫ୍ୟୁ ଘଣ୍ଟା ମଧ୍ୟରେ ଜାରି ରଖିବାକୁ ଅନୁମତି ଦିଆଯିବ |
powered by social2s

