ଭୁବନେଶ୍ୱର:ବର୍ତ୍ତମାନ ସାରା ଭାରତରେ କୋଭିଡ-୧୯ ତଥା ବ୍ରିଟେନ ରୁ ସଂକ୍ରମିତ ହେଉଥିବା ଷ୍ଟ୍ରେନ ଦେଶ ପାଇଁ ଏକ ଚାଲେଞ୍ଜ ହୋଇ ଛିଡା ହୋଇଛି।
ଅତି ତୀବ୍ର ଭାବରେ ସଂକ୍ରମିତ ହେଉଥିବା ଏହି ସଂକ୍ରମଣ କୁ ପ୍ରତିହତ କରିବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି।
ତେଣୁ ନୂତନ ବର୍ଷକୁ ସ୍ୱାଗତ କରିବା ପାଇଁ କୌଣସି ଉସ୍ଛବ କୁ ଅନୁମତି ଦିଆ ଯାଉ ନାହିଁ। ଯେଭଳି କୌଣସି ସ୍ଥାନରେ ଜନ ଗହଳି ନହେବ ସେଥିପାଇଁ ସରକାର ଆଜି ରାତି ୧୦ ଟା ରୁ ଆସନ୍ତା କାଲି ସକାଳ ପାଞ୍ଚଟା ପର୍ଯ୍ୟନ୍ତ ରାତ୍ରୀ କାଳୀନ କର୍ଫ୍ୟୁ ଲାଗୁ କରି କରିଛନ୍ତି।ତା ସହିତ ପୋଲିସ ପ୍ରଶାସନ ମଧ୍ୟ ଅମାନିଆଁ ଙ୍କୁ ଆୟତ କରିବାକୁ ଆଜି ରାତି ୯ ଟାରୁ କର୍ଫ୍ୟୁ ସହିତ ଟୂଇଂନ ସିଟି ରେ ୧୪୪ ଧାରା ଲାଗୁ କରିବେ ବୋଲି ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ କହିଛନ୍ତି।
ଏହା ଦ୍ୱାରା କୌଣସି ସ୍ଥାନରେ ପାଞ୍ଚ ଜନରୁ ଅଧିକ ବ୍ୟକ୍ତି ଏକତ୍ରିତ ହୋଇ ପାରିବେ ନାହିଁ।ଏତଦ୍ବ୍ୟତୀତ କୋଣସି ଆପାର୍ଟମେଂଟ, ଆବାସିକ ସ୍ଥଳ ରେ ଭୋଜିଭାତ ନ କରିବାକୁ ଓ ରାତି ୯ ଟା ସୁଦ୍ଧା କାର୍ଯ୍ୟ ସାରି ଘରକୁ ଫେରିଯିବାକୁ ପୋଲିସ କମିଶନର ପରାମର୍ଶ ଦେଇଛନ୍ତି।ଏହି ସମୟରେ ସମସ୍ତ ଅତ୍ୟାବଶ୍ୟକ ସେବା ରେ କାର୍ଯ୍ୟ କରୁଥିବା ବ୍ୟକ୍ତି ବିଶେଷ ନିଜର କାର୍ଯ୍ୟ ସମ୍ପାଦନ କରି ପାରିବେ।ଏହି ସମୟରେ ଆଇନ ଶୃଙ୍ଖଳା ରକ୍ଷା କରିବା ପାଇଁ ଉଭୟ ଭୁବନେଶ୍ୱର ଓ କଟକ ରେ ୪୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ ବୋଲି ଆଜି ଏଠାରେ ଆୟୋଜିତ ର
ଏକ ଖବରଦାତା ସମ୍ମିଳନୀ ରେ ପୋଲିସ କମିଶନର ସୂଚନା ଦେଇଛନ୍ତି।
ଟୂଇନ ସିଟି ରେ ୧୪୪
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s

