ପୁରୀ/ଭୁବନେଶ୍ୱର: ଆଜି ନୂଆବର୍ଷର ପ୍ରଥମ ସୂର୍ଯ୍ୟଉଦୟ ଦେଖିବାକୁ ପୁରୀ ବେଳାଭୂମିରେ ପର୍ଯ୍ୟଟକଙ୍କ ଭିଡ ଦେଖିବାକୁ ମିଳିଥିଲା।
ପର୍ଯ୍ୟଟକ ମାନେ ସୂର୍ଯ୍ୟଙ୍କୁ ନମସ୍କାର କରି ନୂଆବର୍ଷ କରୋନା ରୁ ଦେଶବାସୀଙ୍କ ମୁକ୍ତି ଦେବାପାଇଁ ପ୍ରାର୍ଥନା କରିଥିଲେ।ସେହିପରି ଭୁବନେଶ୍ୱର ରାମ ମନ୍ଦିର ସମ୍ମୁଖରେ ଭକ୍ତ ମାନେ ଦୀପ ଜାଳି ନୂଆବର୍ଷ ସମସ୍ତଙ୍କ ପାଇଁ ସୁଖ ଓ ସମୃଦ୍ଧି ଆଣିଦଉ ବୋଲି ପ୍ରାର୍ଥନା କରିଥିଲେ।
ସମ୍ବଲପୁର ମା ସମଲେଶ୍ବରୀ ମନ୍ଦିର ବାହାରେ ମଧ୍ୟ ଭକ୍ତ ମାନେ ଦୀପଦାନ କରିଥିବା ଦେଖିବାକୁ ମିଳିଛି।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ନୂଆବର୍ଷର ହାର୍ଦିକ ଅଭିନନ୍ଦନ ଜଣାଇଛନ୍ତି।
powered by social2s

