ଭୁବନେଶ୍ୱର: ବର୍ଦ୍ଧିତ ଅପରାଧିକ କାର୍ଯ୍ୟ କଳାପକୁ ଆଖି ଆଗରେ ରଖି କମିଶନରେଟ ପୋଲିସ "ବସ୍ତି କୁ ଚାଲ" ନାମରେ ଏକ ଅଭିଯାନ ଆରମ୍ଭ କରିଛି।
ଏହି ଅଭିଯାନରେ ବସ୍ତିର ପିଲା ତଥା ଯୁବକ ମାନଙ୍କୁ ପୋଲିସ ନେଟୱର୍କ ରେ ରଖାଯିବ।ପ୍ରତି ସପ୍ତାହରେ ଅନ୍ତତଃ ୫ ରୁ ୬ ଟି ବସ୍ତିକୁ ଯିବ ପୋଲିସ।
ବସ୍ତି ବାସିନ୍ଦା ମାନଙ୍କୁ ତ୍ୱରିତ ସେବା ଯୋଗାଇ ଦେବା ଏହି ଅଭିଯାନର ମୂଳ ଲକ୍ଷ।
ବାହାର ରାଜ୍ୟର କୌଣସି ବ୍ୟକ୍ତିଙ୍କୁ ନିଜର ଘର ଭଡା ଦେଉଥିଲେ ପୂର୍ବରୁ ସମ୍ପୃକ୍ତ ଥାନାକୁ ସୂଚନା ଦେବାକୁ ପରାମର୍ଶ ଦିଆଯାଇଛି।
powered by social2s

