![]()
ଭୁବନେଶ୍ୱର: ରାଜ୍ୟମାନଙ୍କୁ କେନ୍ଦ୍ର ପକ୍ଷରୁ ବାର୍ଡ ଫ୍ଲୁ ଆଲେର୍ଟ ଜାରି କରାଯାଇଛି।
ଦେଶର ବିଭିନ୍ନ ସ୍ଥାନରେ ବାର୍ଡ ଫ୍ଲୁ ଚିହ୍ନଟ ହେବ ପରେ ଏଭଳି ପଦକ୍ଷପ ନିଆଯାଇଛି।ସୂଚନା ମିଳିଛି ଯେ ରାଜ୍ୟସ୍ତରୀୟ ମୋନିଟରିଂ କମିଟି ଗଠନ କରାଯାଇ ବିଦେଶାଗତ ପକ୍ଷୀଙ୍କ ଉପରେ ନଜର ରଖାଯିବ ଓ ନମୁନା ସଂଗ୍ରହ କରାଯିବ।
ମୃତ ପକ୍ଷୀଙ୍କର ଅତ୍ୟନ୍ତ ସାବଧାନତା ର ସହିତ ବୈଜ୍ଞାନିକ ପଦ୍ଧତିରେ ତଦାରଖ କରାଯିବ।
ମୃତ ପକ୍ଷୀଙ୍କ ନମୁନା ସଂଗ୍ରହ କରାଯାଇ ତୁରନ୍ତ ପରୀକ୍ଷା କରାଯିବ ।
ଚିଡିଆଖାନା ଗୁଡିକ ଉପରେ ମଧ୍ୟ ତିକ୍ଷିଣ ନଜର ରଖାଯିବ ବୋଲି କେନ୍ଦ୍ର ସରକାର ସୂଚନା ଦେଇଛନ୍ତି।
powered by social2s

