ଭୁବନେଶ୍ୱର: ଆଜି ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ଵଚ୍ଛ ବିନ୍ଦୁସାଗର ପ୍ରକଳ୍ପର ଭିଡିଓ କନ୍ଫରେନସିଂ ମାଧ୍ୟମରେ ଶୁଭାରମ୍ଭ କରିଛନ୍ତି।
ପବିତ୍ର ବିନ୍ଦୁସାଗର ପୁଷ୍ପରିଣୀକୁ କରାଯିବ ସ୍ୱଚ୍ଛ। ସ୍ୱଚ୍ଛ ବିନ୍ଦୁସାଗର ପ୍ରକଳ୍ପ ଲାଗି IOCL ପକ୍ଷରୁ ୭୦ ଲକ୍ଷ ଟଙ୍କା ବିନିଯୋଗ କରାଯାଇଛି। ଆଇସିଟି,ଆଇଓସି,ଓବିସିସିର ମିଳିତ ଉଦ୍ୟମ ରେ ହେବ ସଫେଇ। ନବୀନ କହିଛନ୍ତି ଯେ "ବିନ୍ଦୁସାଗର ସଂହତି ର ପ୍ରତୀକ। ଏହା ଆମ ଆଶା, ବିଶ୍ୱାସ ର ପ୍ରମୁଖ ତୀର୍ଥକ୍ଷେତ୍ର। ମହାପ୍ରଭୁଙ୍କ ନୀତିକାନ୍ତି ସହ ବିନ୍ଦୁସାଗର ଓତଃପ୍ରୋତ ଭାବେ ଜଡ଼ିତ। ସମସ୍ତଙ୍କ ସହଯୋଗ ରେ ବିନ୍ଦୁସାଗର ସ୍ୱଚ୍ଛ ହୋଇପାରିବ। ଏକାମ୍ର କ୍ଷେତ୍ରରେ ଅନେକ ଛୋଟ ବଡ଼ ପୁଷ୍କରିଣୀ ରହିଛି। ଏ ସବୁ ପୁଷ୍ପରିଣୀ ସଫେଇ ପାଇଁ ସମସ୍ତେ ଆଗେଇ ଆସିବା ଉଚିତ ।"
powered by social2s

