ସ୍ବାସ୍ଥ୍ୟକର୍ମୀଙ୍କ ପରିବାରକୁ ଏବେ ମିଳିବନି କରୋନା ଟିକା

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

                      

 

ଭୁବନେଶ୍ୱର: କରୋନା ଟିକାକରଣ ପ୍ରଥମ ପର୍ଯ୍ୟାୟରେ ସ୍ଵାସ୍ଥ୍ୟକମୀଙ୍କ ପରିବାରକୁ 

ଏବେ ଟିକା ମିଳିବନି ବୋଲି କଟକ ଏସିବି ମେଡ଼ିସିନ ବିଭାଗର ମୁଖ୍ୟ ଡ଼ାକ୍ତର ଜୟନ୍ତ ପଣ୍ଡା କହିଛନ୍ତି।  

 

ପ୍ରଥମ ପର୍ଯ୍ୟାୟରେ କେବଳ ସ୍ୱାସ୍ଥ୍ୟକର୍ମୀ ଓ ସମ୍ମୁଖକମୀଙ୍କୁ ମିଳିବ ଟିକା। ଟିକା ନିରାପଦ ଓ ଫଳପ୍ରଦ। ଟିକା ନେବା ଇଛ୍ଛାଧୀନ ଥିଲେ ମଧ୍ୟ ଏହା ନେବା ଉଚିତ ବୋଲି କହିଛନ୍ତି ଡ଼ାକ୍ତର ପଣ୍ଡା। 

 

ପ୍ରଥମ ଡୋଜ ଟିକା ନେଵାର ୨୮ ଦିନ ପରେ ଦ୍ବିତୀୟ ଡୋଜ ନେବା କଥା ସେ କହିଛନ୍ତି। ଟିକା ପାଇଁ ପଞିକରଣ ଜରୁରୀ। ଏହା ପରେ ନିଜ ମୋବାଇଲକୁ ଟିକା ନେବାର ସ୍ଥାନ ଓ ତାରିଖ ମେସେଜ ଆସିବ। 

 

ଟିକା ନେବା ରେ ପଞିକରଣ ପାଇଁ ନିଜର ଆଧାର, ପ୍ୟାନ, ପାସପୋର୍ଟ, ବ୍ୟାଙ୍କ ପାସବୁକ୍ କିମ୍ବା ସରକାରୀ ସ୍ୱୀକୃତିପ୍ରାପ୍ତ ପରିଚୟପତ୍ର ଆଵଶ୍ୟକ।

powered by social2s