ଶ୍ରୀ ଜଗନ୍ନାଥ ଜାଗରଣ ପରିକ୍ରମା ର ଶୁଭାରମ୍ଭ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

 

 

ଭୁବନେଶ୍ୱର: ଆଜି ତା ୧୨/୦୧/୨୦୨୧ ଦିନ ଓଡ଼ିଶା ର ଅଗ୍ରଣୀ ସାଂସ୍କୃତିକ ସଂଗଠନ ଶ୍ରୀ ଜଗନ୍ନାଥ ସଂସ୍କୃତି ପରିଷଦ, ବ୍ୟାସକବି ଫକୀରମୋହନ ଭବନ, ନୟାପଲ୍ଲୀ ଭୁବନେଶ୍ବର ର ସଦସ୍ୟ ମାନଙ୍କ ଦ୍ଵାରା ରାଜ୍ୟ ତଥା ସାରା ଦେଶରେ ଶ୍ରୀ ଜଗନ୍ନାଥ ଜାଗରଣ ପରିକ୍ରମା ର ଶୁଭାରମ୍ଭ ହୋଇଛି।

 

ପ୍ରଥମେ ଯଶୋବନ୍ତ ଦାସଙ୍କ ପୀଠ ଓ ଗୋବର୍ଦ୍ଧନ ପୀଠ, ଗାରୋଈ ଆଶ୍ରମ, ଶ୍ରୀ ଜଗନ୍ନାଥ ମନ୍ଦିର, ଜଗତସିଂପୁର କୁ ଯାଇ ସମସ୍ତଙ୍କ ଭିତରେ ଭାଇଚାରା ମାଧ୍ୟମରେ ସମ୍ପର୍କ କରାଯିବା ସହ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭଜନ ଜଣାଣ ପ୍ରଭୃତି କରାଯାଇଥିଲା।

 

ସମସ୍ତେ ସାଙ୍ଗ ହୋଇ ମହାପ୍ରସାଦ ସେବନ କରିଥିଲେ।

 

କରୋନା ମହାମାରୀ ର ଭୟଙ୍କର ସଙ୍କଟରୁ ସମଗ୍ର ମାନବ ସମାଜକୁ ଉଦ୍ଧାର କରିବା ଏବଂ ପ୍ରତ୍ୟେକ ମଣିଷ କୁ ମାନସିକ ତଥା ଶାରୀରିକ ସୁସ୍ଥତା, ସବଳତା ଓ  ସୁରକ୍ଷା ପ୍ରଦାନ କରିବାର ଅଭିପ୍ରାୟ ନେଇ ମହାପ୍ରଭୁ ଙ୍କୁ ଆବାହନ କରିବା ମୁଖ୍ୟ ଉଦ୍ଦେଶ୍ୟ ଅଟେ।

 

ଜଗତର ନାଥ ଜଗନ୍ନାଥଙ୍କର ଅପାର ଓ ଅନନ୍ୟ ମହିମା କୁ ପୃଥିବୀର କୋଣ ଅନୁକୋଣରେ ଶ୍ରୀ ଜଗନ୍ନାଥ ଜାଗରଣ ଜରିଆରେ ପହୁଞ୍ଚାଇବା ପାଇଁ ସଂକଳ୍ପବଦ୍ଧ ଉଦ୍ୟମ କରାଯିବାକୁ ପରିଷଦ ଏହି ଅବସରରେ ଜଗନ୍ନାଥ ପ୍ରେମୀମାନଙ୍କୁ ଆହ୍ବାନ ଜଣାଇଥିଲେ।

 

ପରିଷଦ ଦ୍ବାରା ସାରା ସଂସାରରେ ଥିବା ଜଗନ୍ନାଥ ମନ୍ଦିର ଗୁଡ଼ିକୁ ଭିଡିଓ କାନଫରେନସିଂ ଜରିଆରେ ଯୋଡାଯିବାର ବ୍ୟବସ୍ଥା କରାଯିବ।

 

ଶ୍ରୀ ଜଗନ୍ନାଥ ଜାଗରଣ ଭଳି ଅନନ୍ୟ, ଅଭିନବ ଓ ଦୂରଦୃଷ୍ଟି  ସଂପନ୍ନ ଧାର୍ମିକ ଅଭିଯାନକୁ ଶ୍ରୀ ଜଗନ୍ନାଥଙ୍କର ବିଶ୍ଵଭରି ଶ୍ରଦ୍ଧାଳୁ ମାନେ ସହଯୋଗର ସହିତ ସଫଳ କରାଇବାକୁ ପରିଷଦ ନିବେଦନ କରିଥିଲେ।

 

ଏହି ଜାଗରଣ ରେ ବହୁ ମାନ୍ୟଗଣ୍ୟ ସାଧୁ,ସନ୍ଥ, ପଣ୍ଡିତ, ମହାତ୍ମା, ଧର୍ମାତ୍ମା ତଥା ଜଗନ୍ନାଥ ଧର୍ମ, ଦର୍ଶନ ଓ ଚେତନାର ବିଶାରଦ ପ୍ରବଚକ ଙ୍କୁ ସାମିଲ କରିବା ଆମର ମୁଖ୍ୟ ଉଦ୍ଦେଶ୍ୟ।

 

ପ୍ରତିଷ୍ଠାତା ସଭାପତି ଶ୍ରୀ ଗୋପୀନାଥ ମହାନ୍ତି, ସଭାପତି ଶ୍ରୀ ପ୍ରଭାତ କୁମାର ନନ୍ଦ, ଉପଦେଷ୍ଟା ଶ୍ରୀ ରବିନାରାୟଣ ମିଶ୍ର, ଶ୍ରୀ ବାଳକୃଷ୍ଣ ପଣ୍ଡା , ଉପ ସଭାପତି ଶ୍ରୀ ରବିନାରାୟଣ ମହାପାତ୍ର, ସମ୍ପାଦକ ଶ୍ରୀ ନାରାୟଣ ମହାପାତ୍ର, ଯୁଗ୍ମ ସମ୍ପାଦକ ଶ୍ରୀ ଅଜୟ ହରିଚନ୍ଦନ, କୋଷାଧ୍ୟକ୍ଷ ଅଖିଳ କୁମାର ସାହୁ, ପ୍ରଶାନ୍ତ ବେହେରା,ଗିରିଜା ଶଙ୍କର ମହାପାତ୍ର, ବାବାଜୀ ବିଶ୍ଵାଳ, ଗୌରାଙ୍ଗ ନାୟକ, ମନୋରଞ୍ଜନ ମହାନ୍ତି, ଦାଶରଥି ସାମନ୍ତରାୟ, କମେଶ୍ଵର ରାଓ,ରମାକାନ୍ତ ମିଶ୍ର, ଦାମୋଦର ସେନାପତି, ଲଲିତ ମୋହନ ପଣ୍ଡା, କୃଷ୍ଣ ମହାପାତ୍ର,ଗାନ୍ଧୀ ଚୌଧୁରୀ, ଅଚ୍ୟୁତ ପ୍ରସାଦ ବେହେରା, ହେମନ୍ତ କୁମାର ମଲିଆ, , ତ୍ରିଲୋଚନ ନାୟକ,ଶ୍ରୀନିବାସ ରାଓ, ମହିଳା ସଦସ୍ୟା ସରୋଜିନୀ ପରମ ଗୁରୁ, ମଧୁସ୍ମିତା ବିଶ୍ଵାଳ, ପ୍ରତିମା ରାଣୀ ପଣ୍ଡା, ବଂଶୀଧର ନାୟକ, ସୁରେଶ ମିଶ୍ର ଓ ବହୁ ଆଜୀବନ ସଦସ୍ୟ ଓ ସଦସ୍ୟା ପ୍ରମୂଖଙ୍କର ସକ୍ରିୟ ତତ୍ୱାବଧାନରେ ସଂପନ୍ନ ହୋଇଥିଲା |

 

powered by social2s