ଭୁବନେଶ୍ୱର: ଭୁବନେଶ୍ୱର ଗଙ୍ଗନଗର ଅଂଚଳରେ ଗୋଷ୍ଠୀ ସଂଘର୍ଷ: ବର୍ତ୍ତମାନ ଭୁବନେଶ୍ୱର ଗଙ୍ଗନଗର ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏକ ବଡ଼ ଧରଣର ଗୋଷ୍ଠୀ ସଂଘର୍ଷ ହୋଇ ଯାଇ ଥିବାର ଖବର ଆସୁଛି।
ଦୁଇ ଯୁବ ଗୋଷ୍ଠୀ ବିଭିନ୍ନ ମାରଣାସ୍ତ୍ରରେ ସଜ୍ଜିତ ହୋଇ ପରସ୍ପରକୁ ଆକ୍ରମଣ କରିଥିବା ବେଳେ ଗୁଳିମାଡ଼ ମଧ୍ୟ ହୋଇଥିବା ସୂଚନା ମିଳିଛି।
ଏହି ଘଟଣାରେ ବର୍ତ୍ତମାନ ସଠିକ ଆହତଙ୍କ ସଂଖ୍ୟା ମିଳି ନଥିବା ବେଳେ ଚାରି ଜଣ ଆହତ ହୋଇ କ୍ୟାପିଟାଲ ହସ୍ପିଟାଲ ରେ ଭର୍ତ୍ତି ହୋଇ ଥିବା ଜଣା ପଡ଼ିଛି। ଆହତ ଙ୍କ ସଂଖ୍ୟା ବଢ଼ିପାରେ ବୋଲି ସ୍ଥାନୀୟ ଲୋକଙ୍କଠାରୁ ପ୍ରକାଶ।
powered by social2s

