![]()
ଭୁବନେଶ୍ୱର: ମକର ପର୍ବ ହିନ୍ଦୁ ମାନଙ୍କର ଏକ ବଡ଼ ପର୍ବ। ସାରା ଭାରତରେ ଏହା ବିଭିନ୍ନ ନାମରେ ଓ ଭିନ୍ନ ଭିନ୍ନ ପ୍ରକାରରେ ପାଳନ କରାଯାଏ। ଏହା ଏକ ଫସଲ ଅମଳର ପର୍ବ। ଓଡ଼ିଶାରେ ଏହାକୁ ଅତି ଆନନ୍ଦରେ ପାଳନ କରାଯାଏ। ନୂଆ ଚାଉଳ, ନଡିଆ, ଛେନା, କଦଳୀ, ଗୁଡ, ଘିଅ ଆଦି ପକାହୋଇ ସ୍ୱାଦିଷ୍ଟ ମକର ଭୋଗ ପ୍ରସ୍ତୁତ କରାଯାଏ। ବିଭିନ୍ନ ଦେବାଦେବୀ ମନ୍ଦିରରେ ଏହା ଲାଗି ହୋଇ ପ୍ରସାଦ ରୂପରେ ଗ୍ରହଣ କରାଯାଏ। ଘରେ ଘରେ ନୂତନ ବସ୍ତ୍ର ପରିଧାନ କରାଯାଇ ମକର ଚାଉଳ ଖିଆହୁଏ।
ଏହି ଦିନରୁ ସୂର୍ଯ୍ୟ ଙ୍କ ଉତ୍ତାୟଣ ଗତି ଆରମ୍ଭ ହୋଇଥାଏ।
ମକର ପର୍ବ ପାଳନ ବେଳେ ଆଜି ପୁରୀ ଶ୍ରୀମନ୍ଦିରେ ମହାପ୍ରଭୁଙ୍କ ର୍ଦଶନ ପାଇଁ ଭକ୍ତମାନେ ଧାଡିରେ ଅପେକ୍ଷା କରିଥିବାର ଦେଖିବାକୁ ମିଳିଥିଲା।
ମହାପ୍ରଭୁଙ୍କ ପାଖରେ ଆଜି ୮୪ ପ୍ରକାର ଭୋଗ ଲାଗି କରାଯିବ। କୋଭିଡ଼ କଟକଣା ଭିତରେ ଆଜି ଦିନ ତମାମ ତିନି ଠାକୁରଙ୍କ ଦଶନ କରାଯିବ।
ସେହିଭଳି ଖୋଦ୍ଧା ଜିଲ୍ଲା ବେଗୁନିଆର ଅଟ୍ରି ଠାରେ ଥିବା ବାବା ହଟକେଶ୍ୱରଙ୍କ ଦଶନ ପାଇଁ ଭକ୍ତମାନଙ୍କ ଭିଡ଼ ପରିଲକ୍ଷିତ ହେଉଛି। ଏହି ଦିନ ରେ ବାବା ହଟକେଶ୍ୱରଙ୍କ ଦଶନ କଲେ ସମସ୍ତ ମନସ୍କାମନା ପୂରଣ ହୁଏ ବୋଲି ବିଶ୍ୱାସ ରହିଛି।
ତେବେ ଏ ବର୍ଷ କୋଭିଡ଼ ନିୟମ ଭିତରେ ଅନେକ ସ୍ଥାନରେ ମକର ପର୍ବ ପାଳନ କରାଯାଉଛି।
ଓଡ଼ିଶାରେ ମକର ପର୍ବ ପାଳିତ
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s

