ମୋ ସ୍କୁଲ ତରଫରୁ ପଦ୍ମଶ୍ରୀ ଡି ପ୍ରକାଶ ରାଓଙ୍କୁ ଶ୍ରଦ୍ଧାଞ୍ଜଳି

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

ଭୁବନେଶ୍ୱର: ତା ୧୬.୧.୨୧ ଦିନ ସକାଳ ୧୧ ଘଟିକା ସମୟରେ "ମୋ ସୁଲ" ତରଫରୁ ପଦ୍ମଶ୍ରୀ ଡି ପ୍ରକାଶ ରାଓ ଙ୍କବିୟୋଗ ନିମନ୍ତେ ସରକାରୀ ହାଇସ୍କୁଲ, ଶହୀଦନଗର ଠାରେ ଏକ ଶ୍ରଦ୍ଧାଞ୍ଜଳି ସଭା ଆୟୋଜିତ ହୋଇ ଥିଲା।

ଉପସ୍ଥିତ ଥିବା ବକ୍ତାମାନେ ତାଙ୍କ ଜୀବନୀ ଉପରେ ଆଲୋଚନା କରାଯାଇ ତାଙ୍କ ଆତ୍ମାର ସଦ ଗତି ନିମନ୍ତେ ୨ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା। ତତ୍ ପରେ ସ୍କୁଲ ପରିସରରେ ନଡ଼ିଆ ଗଛଗୁଡ଼ିକ ଲଗା ଯାଇଥିଲା।

ଆଜିର କାର୍ଯ୍ୟକ୍ରମ ରେ ମୋ ସ୍କୁଲ ର ସଭାପତି ନାରାୟଣ ମହାପାତ୍ର, ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀ ସଂଯୁକ୍ତା କର, ଡ ଲକ୍ଷ୍ମୀକାନ୍ତ ଖୁଣ୍ଟିଆ, ସାହା ଚାରିଟେବୁଲ ଟ୍ରଷ୍ଟ ର ଜିବନ ସାହା, ପୁରାତନ ଛାତ୍ର ହାସନ୍ ଖନ୍, ସ୍ୱରୂପ ଦୀଵେଦି, ରିତୁ ଗୁପ୍ତା, ମନୀଷା ସ୍ୱାଇଁ, ଶରତ ବେହେରା, ଅଚ୍ୟୁତ ପ୍ରସାଦ ବେହେରା, ଶ୍ରୀନିବାସ ରାଓ, ରାହୁଲ ପଲେଇ, ପ୍ରକାଶ ନାୟକ, କେ ଦିଲ୍ଲିପ ରାଓ, ଲକ୍ଷ୍ମୀନାରାୟଣ ସେଠୀ ଓ ଅନ୍ୟାନ୍ୟ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ।

 

powered by social2s