କରୋନା ଟିକା ନେବେ ପ୍ରଧାନମନ୍ତ୍ରୀ ଓ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

 

ନୂଆଦିଲ୍ଲୀ: ଦ୍ୱିତୀୟ ପର୍ଯ୍ୟାୟରେ କରୋନା ଟିକା ନେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନେ। 

୫୦ ବର୍ଷ ବୟସ ରୁ ଅଧିକ ବୟସ୍କ ମନ୍ତ୍ରୀମାନଙ୍କୁ ମଧ୍ୟ ଟିକା ଦିଆଯିବ ବୋଲି ସୂଚନା ମିଳିଛି। 

ପ୍ରଥମ ପର୍ଯ୍ୟାୟ କୋଭିଡ଼ ଟିକାକରଣର ଆଜି ପଞ୍ଚମ ଦିନ। 

ଆଜି ୪୩୬ଟି ସେସନରେ ୩୭୦୭୬ ଟିକାକରଣ କରାଯିବ। 

ତେବେ ବତ୍ତମାନ ସୁଧ୍ୟା ଓଡ଼ିଶାରେ ୬୮୭୪୩ ଜଣ ଙ୍କୁ ଟିକା ଦିଆଯାଇଛି। 

ଗତକାଲି ରାଜ୍ୟରେ ୯୩ ସେସନରେ ୭୯୪୬ ଜଣଙ୍କୁ ଟିକା ଦିଆଯାଇଛି। 

ଭୁବନେଶ୍ୱରରେ ସର୍ବମୋଟ ୫୮୪୯ଜଣଙ୍କୁ ଟିକା ଦିଆଯାଇଛି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ର୍ନିଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି। 

ଆସନ୍ତା ସପ୍ତାହରେ କୋଭ୍ୟାକସିନର ଅଧିକ ଡୋଜ ଟିକା ଆସିବା ନେଇ ସେ ଜଣାଇଛନ୍ତି।

 

powered by social2s