କଟକରେ ନେତାଜୀ ବସ ଟର୍ମିନାଲ ର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

କଟକ: କଟକ ଖାନ ନଗର ଠାରେ ପ୍ରସ୍ତାବିତ ଅତ୍ୟାଧୁନିକ ବସ ଟର୍ମିନାଲ ର ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶିଳାନ୍ୟାସ କରିଛନ୍ତି।

 

ଏହି ଶୁଭ ଅବସର ରେ ସ୍ବର୍ଗତ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଙ୍କ ସ୍ମୃତିଚାରଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ। ଏହି ଟର୍ମିନାଲ ନିମନ୍ତେ ୬୫ କୋଟି ଟଙ୍କା ବ୍ୟୟବରାଦ ହୋଇଥିବା ବେଳେ ୧୨ ଏକର ପରିମିତ ଜମିରେ ନିର୍ମାଣ କରାଯିବ। ଏକ ସମୟରେ ୧୮୦ ଟି ବସ ରହିବା ପାଇଁ ବ୍ୟବସ୍ଥା ରହିବ। ଏହା ମଧ୍ୟରେ ଯାତ୍ରୀ ବିଶ୍ରାମ ଗାର, ଫୁଡ଼ କୋର୍ଟ,ଟିକେଟ ଗୃହ ରହିବ।ଛାତ ଉପରେ ବର୍ଷା ଜଳ ସରକ୍ଷଣ ଓ ସୌରପାନେଲ ରହିବ।ସାଧାରଣ ଯାତ୍ରୀବାହୀ ବସ, ସ୍ଥାନୀୟ ବସ ଓ ମୋ  ବସ ସର୍ଭିସ ନିମନ୍ତେ ସ୍ଥାନ ରହିବ।ଯାନ ମରାମତି ଓ ରକ୍ଷଣା ବେକ୍ଷଣା ବ୍ଲକ ରହିବ।ଚାରି ଚକିଆ ଯାନ ଓ ଅଟୋରିକ୍ସା ପର୍କିଙ୍ଗ ପାଇଁ ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ତା ରହିବ।

 

powered by social2s