ଭୁବନେଶ୍ୱର: ସାଧାରଣତନ୍ତ୍ର ଦିବସ ପାଳନ ପୂର୍ବରୁ ରବିବାର ଦିନ ଭୁବନେଶ୍ୱରର ମହାତ୍ମାଗାନ୍ଧୀ ମାର୍ଗରେ ଏକ ଫୁଲ୍ଡ୍ରେସ ରିହର୍ସାଲ କରାଯାଇଥିଲା।
ଓଡ଼ିଶା ଡିଜିପି ଅଭୟ ପରେଡ ପାଇଁ ରିହର୍ସାଲ ଯାଞ୍ଚ କରିଥିଲେ।
ଚଳିତ ବର୍ଷ ପ୍ୟାରେଡରେ ଓଡିଶା ପୋଲିସର ମୋଟ ୧୪ ଟି କଣ୍ଟିଜେଣ୍ଟ ଅଂଶଗ୍ରହଣ କରୁଛନ୍ତି।
ଛାତ୍ରଛାତ୍ରି କିମ୍ବା ଏନସିସି ଦଳ ଭାଗ ନେବାକୁ ଦିଆଯିବ ନାହିଁ। ଏହା ବ୍ୟତୀତ COVID-19 ମହାମାରୀ ଯୋଗୁଁ ପ୍ୟାରେଡରେ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବ ନାହିଁ |
ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ପ୍ରାୟ ୩୦ ପ୍ଲାଟୁନ୍ ପୋଲିସ୍ ଫୋର୍ସ ଏବଂ ୧୫୦ ବରିଷ୍ଠ ଅଧିକାରୀ ନିୟୋଜିତ ହେବେ।
powered by social2s

