ଭୁବନେଶ୍ୱର: ମ୍ୟାଟ୍ରିକ ଛାତ୍ରଛାତ୍ରୀଙ୍କ ପାଇଁ ଓଡିଶା ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଆଜି 'ପରୀକ୍ଷା ଦର୍ପଣ' ପୁସ୍ତକ ଉନ୍ମୋଚନ କରିଛନ୍ତି।ମାଟ୍ରିକ ପରୀକ୍ଷା ଦେବାକୁ ଥିବା ୬ ଲକ୍ଷ ୨୦ ହଜାର ୫୦୮ ପିଲାଙ୍କୁ ମାଗଣାରେ ମିଳିବ ଏହି ସାମ୍ଭାବ୍ୟ ପ୍ରଶ୍ନ ଓ ଉତ୍ତର ନେଇ ପୁସ୍ତକ।ପ୍ରଥମ ପର୍ଯ୍ୟାୟରେ ପୁସ୍ତକଟିକୁ ଦୂର ଦୁରାନ୍ତ ଜିଲ୍ଲା ଯେମିତିକି ମାଲକାନଗିରି, କୋରାପୁଟ, ନୂଆପଡା ଓ ନବରଙ୍ଗପୁର ରେ ପହଂଚାଯିବ।ମନ୍ତ୍ରୀ କହିଛନ୍ତି ଯେ କରୋନା ଦୃଷ୍ଟିକୋଣରୁ ପିଲାମାନଙ୍କ ଉପରୁ ଚାପ କମାଇବା ପାଇଁ ଏହି ପୁସ୍ତକ ଟି ଉଦଘାଟିତ ହୋଇଛି।ଫେବ୍ରୁଆରୀ ୧୫ ଭିତରେ ସବୁ ପିଲାଙ୍କ ପାଖରେ 'ପରୀକ୍ଷା ଦର୍ପଣ' ପହଂଚିବର ବ୍ୟବସ୍ତା କରାଯାଉଛି।ଏହି ପୁସ୍ତକରେ ସିଲବସ ର ୭୦ ପ୍ରତିସତ ପ୍ରଶ୍ନ ଓ ଉତ୍ତର ରହିଛି।
powered by social2s

