ଭୁବନେଶ୍ୱର: ଆଜି ତା ୨୭.୧.୨୧ ରିଖ କେଉଁଝର ଠାରେ ୱାଲ୍ଦ ହ୍ୟୁମାନ ରାଇଟ କମିସନ୍ ତରଫରୁ ଜିଲ୍ଲାସ୍ତରୀୟ କାର୍ଯ୍ୟାଳୟ ଖୋଲାଯାଇଛି।
କେଉଁଝର ଜିଲ୍ଲା କର୍ଯ୍ୟାଲାୟରେ ଆଜି ରାଜ୍ୟ ଚେୟାରମ୍ୟାନ ଶ୍ରୀ ନାରାୟଣ ମହାପାତ୍ର, ଜାତୀୟ ସଭାପତି ଶ୍ରୀ ଗୋପାଳ ଶତପଥି, ଜାତୀୟ ସମ୍ପାଦକ ଶ୍ରୀ ରମଣ ଗୁପ୍ତା, ରାଜ୍ୟ ଭାଇସ ଚେୟାରମ୍ୟାନ ଶ୍ରୀ ରମାକାନ୍ତ ଲେଙ୍କା, ରାଜ୍ୟ ସଂପାଦକ ଶ୍ରୀନୀରୋଦ ବରଣ ମହାପାତ୍ର, ଅନିଲ ବୈଶାଖ ଓ ଜିଲ୍ଲାର ସଭାପତି ପୁର୍ଣ୍ଣ ଚନ୍ଦ୍ର ପଟ୍ଟନାୟକ, ସମ୍ପାଦକ କଳ୍ପତରୁ ସାହୁ ଓ ଅନ୍ୟାନ୍ୟ କର୍ମକର୍ତ୍ତା ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ।
ଏହି ସଭାରେ ମାନବ ଅଧିକାର ଉପରେ ଆଲୋଚନା କରାଯାଇ ସାଧାରଣ ଲୋକଙ୍କ ସ୍ୱର, ସୁବିଧା ଓ ଅସୁବିଧା ବିଷୟ କିପରି ପ୍ରଶାସନ ପାଖରେ ପହଞ୍ଚିବ ଓ ସମସ୍ୟା ସୁଧାରିବା ନିମନ୍ତେ ଚେଷ୍ଟା କରାଯାଇ ପାରିବ ଏହା ଉପରେ ଆଲୋଚନା ହୋଇଥିଲା।
powered by social2s

