ଭୁବନେଶ୍ୱର: ଓଡ଼ିଶା ପୁଲିସ ଏକ ସ୍ୱତନ୍ତ୍ର ଅଭିଯାନରେ ମାତ୍ର ୮ ଦିନ ମଧ୍ୟରେ ୮୯୪ଜଣ ନିଖୋଜ ଶିଶୁଙ୍କୁ ଉଦ୍ଧାର କରିଛି।
ଏ ନେଇ ସୂଚନା ଦେଇଛନ୍ତି ପୁଲିସ ଡିଜି ଅଭୟ।
ଏହି ପିଲାମାନଙ୍କ ମଧ୍ୟରେ ୯୪ଜଣ ବାଳକ ଓ ୮୦୦ଜଣ ବାଳିକା ଅଛନ୍ତି।
ନିଖୋଜ ପିଲାଙ୍କ ବିଷୟରେ ରୁଜୁ ହୋଇଥିବା ୮୩୪ଟି ମାମଲାରେ ଏହି ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା।
ଏଥିରେ କେନ୍ଦ୍ରାପଡା ଜିଲ୍ଲାରୁ ୧୨୭ ପିଲାଙ୍କୁ ଉଦ୍ଧାର କରାଯାଇଥିବା ବେଳେ ମୟୂରଭଞ୍ଜ ରୁ ୧୧୧ ଓ ବାଲେଶ୍ବର ରୁ ୮୮ଜଣଙ୍କୁ ପୁଲିସ ଉଦ୍ଧାର କରିଛି ।
ରାଜ୍ୟରେ ନିଖୋଜ ପିଲାମାନଙ୍କୁ ଉଦ୍ଧାର କରିବାପାଇଁ ଜାନୁଆରୀ ୧୮ ରୁ ୨୫ ତାରିଖର ଯାଏଁ ଏହି ଅଭିଯାନ ଚାଲିଥିଲା।
ବିଭିନ୍ନ ଜିଲ୍ଲା ଆରକ୍ଷୀ ଅଧିକାରୀଙ୍କ ଦ୍ୱାରା କରାଯାଇଥିବା ଏହି ଭଲ କାର୍ଯ୍ୟକୁ ଡିଜିପି ପ୍ରସଂଶା କରିଛନ୍ତି।
powered by social2s

