ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ଛପୋଲିଆ ଠାରେ ଟ୍ରେନ ଧକ୍କାରେ ୬ ହରିଣ ଙ୍କ ମୃତ୍ୟୁ ହୋଇଛି।
ରେଳଲାଇନ ପାର ହେଉଥିବା ବେଳେ ଏଭଳି ଘଟଣା ଘଟିଥିବା ଅନୁମାନ କରାଯାଉଛି।
ଧଳତଙ୍ଗଡ଼ ଜଙ୍ଗଲରୁ ଫସଲ ଖାଇବାକୁ ହରିଣ ମାନେ ଆସିଥିବା ବେଳେ ଦୁର୍ଘଟଣା ଘଟିଛି।
ଏବେ ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ଜଙ୍ଗଲରୁ ୧୦କିଲୋମିଟର ବାହାରକୁ ହରିଣମାନେ ଖାଦ୍ୟ ସଂଗ୍ରହ କରିବାକୁ ଆସିଥାଆନ୍ତି।
ଜଳାଶୟ ଗୁଡିକ ପୋତି ହୋଇଯିବାରୁ ଏମାନଙ୍କୁ ପାଣି ମଧ୍ୟ ମିଳୁନାହିଁ।
ତେଣୁ ଵନ ବିଭାଗ ହରିଣ ମାନଙ୍କ ସୁରକ୍ଷା ଉପରେ ତୁରନ୍ତ ପଦକ୍ଷେପ ନେବାକୁ ଜନସାଧାରଣ ଦାବି କରିଛନ୍ତି।
powered by social2s

