![]()
ନୂଆଦିଲ୍ଲୀ: ଆଜି ବର୍ଷର ପ୍ରଥମ ମନ କି ବାତ୍ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡିଶା ରାଉରକେଲା ଅଂଚଳର ଭାଗ୍ୟଶ୍ରୀ ସାହୁଙ୍କୁ ପ୍ରସଂଶା କରିଛନ୍ତି।
ଭାଗ୍ୟଶ୍ରୀ ସଫ୍ଟ ଷ୍ଟୋନରେ ପଟ୍ଟଚିତ୍ର କରିଥିବାରୁ ତାଙ୍କୁ ଉଚ୍ଚ ପ୍ରସଂଶା କରିଛନ୍ତି ମୋଦି।
ରାଉରକେଲା ରେ ଅନେକ ପଟ୍ଟଚିତ୍ର କରି ଭାଗ୍ୟଶ୍ରୀ ସାଙ୍ଗ ମାନଙ୍କୁ ଉପହାର ଦେଇଥିବା କଥା ସେ କହିଛନ୍ତି।
ସୁବାଷ ବୋଷଙ୍କ ଜୟନ୍ତୀରେ ପଟ୍ଟଚିତ୍ର ମାଧ୍ୟମରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି।
ଏହା ସହ ଭାଗ୍ୟଶ୍ରୀଙ୍କ ଉଜ୍ଜଳ ଭବିଷ୍ୟତ କାମନା କରିଛନ୍ତି ପ୍ରଧାନମନ୍ତ୍ରୀ।
ସେହିଭଳି କରୋନ ବିରୋଧରେ ଲଢି ଭାରତ ଆଗକୁ ଆସୁଥିବା କଥା ସେ କହିଛନ୍ତି।
ଔଷଧ ଓ ଟିକା କ୍ଷେତ୍ରରେ ଭାରତ ଆତ୍ମନିର୍ଭରଶୀଳ ବୋଲି ଏହି ମନ୍ କି ବାତ୍ କାର୍ଯ୍ୟକ୍ରମରେ ମୋଦି କହିଛନ୍ତି।
powered by social2s

