![]()
ଭୁବନେଶ୍ୱର: ପ୍ରବଳ ଶୀତରେ ଥରୁଛି ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡିଶା। ଆହୁରି ୫ ଦିନ ବଢିବ ଶୀତ। ୧୦ ଟି ସହର ର ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି। ଅଧିକାଂଶ ସ୍ଥାନରେ ତାପମାତ୍ରା ୧୫ ଡିଗ୍ରୀ ତଳେ ରହିଛି। ଆସନ୍ତା ୨ ଦିନ ପର୍ଯ୍ୟନ୍ତ ଝାରସୁଗୁଡା, କେନ୍ଦୁଝର, ମୟୁରଭଞ୍ଜ, ଦେବଗଡ଼,ସୁନ୍ଦରଗଡ, ବଲାଙ୍ଗୀର ଏବଂ କନ୍ଧମାଳ ଜିଲ୍ଲାରେ ପ୍ରବଳ ଶୀତ ଲାଗି ଅରେଞ୍ଜ ୱାର୍ଣିଙ୍ଗ ଜାରି। ସୋନପୁର, ବୌଦ୍ଧ,କଳାହାଣ୍ଡି, ନୂଆପଡା,ନୟାଗଡ଼, ଖୋର୍ଦ୍ଧା, ବାଲେଶ୍ଵର, ଭଦ୍ରକ, ଯାଜପୁର,ଢେ଼ଙ୍କାନାଳ, କଟକ, କେନ୍ଦ୍ରାପଡା, ଜଗତସିଂହପୁର, ସମ୍ବଲପୁର, ଅନୁଗୁଳ ଏବଂ ବରଗଡ଼ ଜିଲ୍ଲା ପାଇଁ ୟେଲୋ ୱାର୍ଣିଙ୍ଗ ଦିଆଯାଇଛି।
ସକାଳେ ଏବଂ ରାତିରେ ଲୋକଙ୍କୁ ଘରୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି। ଗୃହପାଳିତ ପଶୁଙ୍କୁ ନିରାପଦ ସ୍ଥାନରେ ରଖିବାକୁ କୁହାଯାଇଛି।
ଖୋଲା ଗାଡି ଅଥବା ସାଇକେଲ, ଦୁଇ ଚକିଆ ବା ଖୋଲା ଜିପ ରେ ରାତି ସମୟରେ ନବାହାରିବାକୁ ସ୍ୱତନ୍ତ୍ର ରିଲିଫ କମିଶନେରଙ୍କ ଅଫିସ ପକ୍ଷରୁ ପରାମର୍ଶ ଦିଆଯାଇଛି।
powered by social2s

