![]()
ଭୁବନେଶ୍ୱର: ରାଜ୍ୟରେ ଫେବୃଆରୀ ୧୦ ତାରିଖରୁ ପିଜି ପ୍ରଥମ ବର୍ଷ ଓ ୟୁଜି ଦ୍ୱିତୀୟ ବର୍ଷ ଛାତ୍ରଛାତ୍ରୀ ଙ୍କ ପାଠପଢା ଆରମ୍ଭ ହେବ। ଏନେଇ ସୂଚନା ଦେଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ।
ସେହିଭଳି ଫେବୃଆରୀ ୮ତାରିଖରୁ ପିଲାମାନଙ୍କ ପାଇଁ ଖୋଲିବ ହଷ୍ଟେଲ।
ଏପ୍ରିଲ ୧୯ ରୁ ୩୦ ତାରିଖ ଭିତରେ ୟୁଜି ୩ୟ ସେମିଷ୍ଟାର ପରୀକ୍ଷା ହେବ।
୪ ବର୍ଷୀୟ ୟୁଜି କୋର୍ସ ର ୫ମ ସେମିଷ୍ଟାର ପରୀକ୍ଷା ବି ଏପ୍ରିଲ ୧୯ ରୁ ଆରମ୍ଭ।
ୟୁଜି ୩ୟ ଓ ୫ମ ସେମିଷ୍ଟାର ପରୀକ୍ଷା ଫଳ ମେ ୩୧ରେ ପ୍ରକାଶ ପାଇବ।
ପିଜି ପ୍ରଥମ ସେମିଷ୍ଟାର ପରୀକ୍ଷା ଜୁନ୍ ୭ରୁ ୧୯ତାରିଖ ଯାଏ ହେବ।
ସେହିଭଳି ଏହାର ପରୀକ୍ଷା ଫଳ ଜୁଲାଇ ୨୦ ତାରିଖ ସୁଦ୍ଧା ପ୍ରକାଶ ପାଇବ ବୋଲି ଅରୁଣ ସାହୁ କହିଛନ୍ତି।
powered by social2s

