କଳିଙ୍ଗ ଚାରିଟେବଲ ଟ୍ରଷ୍ଟ ପକ୍ଷରୁ ବିଶିଷ୍ଟ ବ୍ୟକ୍ତିଙ୍କୁ କଳିଙ୍ଗ ରତ୍ନ ସଂମାନ; ସେବା ଗୌରବ ସଂମାନ ରେ ସନ୍ନମାନିତ ହେଲେ ସାମ୍ବାଦିକ ଅଭିଷେକ ମହାନ୍ତି

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

 

ଭୁବନେଶ୍ୱର:ସମାଜରେ ଝିଅଙ୍କୁ ମୁଖ୍ୟସ୍ରୋତରେ ସାମିଲ କରି ବେଟି ବଚାଓ ବେଟି ପଢ଼ାଓ ଅଭିଯାନକୁ ଜୋରଦାର କରିବା ସହିତ ପୁଅ ଝିଅ ମାନଙ୍କ ମଧ୍ୟରେ ତାରତମ୍ୟ ହ୍ରାସ କରିବା ପାଇଁ ପ୍ରତ୍ୟେକ ବ୍ୟକ୍ତି ନିଜ ଠାରୁ ଆରମ୍ଭ କରିବା ଆବଶ୍ୟକ ବୋଲି ନିଜ ବକ୍ତବ୍ୟରେ ପ୍ରକାଶ କରିଛନ୍ତି ବିଶିଷ୍ଠ ଭାସ୍କର୍ଯ୍ୟ ଶିଳ୍ପୀ ପଦ୍ମବିଭୂଷଣ ସୁଦର୍ଶନ ସାହୁ |

 

ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ କଳିଙ୍ଗ ଚାରିଟେବଲ ଟ୍ରଷ୍ଟ ପକ୍ଷରୁ ଭୁବନେଶ୍ୱର ଉତ୍କଳ ରଙ୍ଗମଞ୍ଚ ଠାରେ ଆୟୋଜିତ ବେଟି ବଚାଓ ବେଟି ପଢ଼ାଓ ଉତ୍ସବରେ ଶ୍ରୀ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନାରୀଶକ୍ତି ବିଶ୍ୱର ଶ୍ରେଷ୍ଠ ଶକ୍ତି ବୋଲି କହିଥିଲେ |

 

ଏହି ଅବସରରେ ଟ୍ରଷ୍ଟ ପକ୍ଷରୁ ସୁପରଷ୍ଟାର ସବ୍ୟସାଚୀ ମିଶ୍ର ଓ ସମାଜସେବୀ ନିବେଦିତା ଭଞ୍ଜ ଙ୍କୁ କଳିଙ୍ଗରତ୍ନ ସଂମାନ ରେ ସନ୍ନମାନିତ କରାଯାଇଥିଲା | ବିଶିଷ୍ଠ ସମାଜସେବୀ ଓ ସାମ୍ବାଦିକ ଅଭିଷେକ ମହାନ୍ତି ଙ୍କୁ ନିଜର ସେବା କାର୍ଯ୍ୟ ପାଇଁ ସେବା ଗୌରବ ସଂମାନ ରେ ସନ୍ନମାନିତ କରାଯାଇଥିଲା |

 

ଉତ୍ସବରେ ଟ୍ରଷ୍ଟ ର ସମ୍ପାଦକ ମନୋଜ ରାଉଳ, ଇଂ.ଦିଲୀପ ପଟ୍ଟନାୟକ, ରଞ୍ଜନ ସାମଲ, ସାସ୍ୱତୀ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ | 

 

 

ରିପୋର୍ଟ:ଦେବାଶିଷ ମହାରଣା

 

powered by social2s