ଶ୍ରୀ ଜଗନ୍ନାଥ ସଂସ୍କୃତି ପରିଷଦ ପକ୍ଷରୁ ୧୫୯ ତମ କଥାମୃତ ଓ ଭଜନ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

 

ଭୁବନେଶ୍ୱର: ମାସର ପ୍ରଥମ ରବିବାର ତା ୭.୨.୨୧ ସନ୍ଧ୍ୟା ୬ଘଟିକା ସମୟରେ ଭୁବନେଶ୍ୱରର ନୟାପଲ୍ଲୀ ସ୍ଥିତ ବ୍ୟାସକବି ଫକୀରମୋହନ ଭବନ ଠାରେ ଶ୍ରୀ ଜଗନ୍ନାଥ ସଂସ୍କୃତି ପରିଷଦ ପକ୍ଷରୁ ୧୫୯ ତମ କଥାମୃତ ସହିତ ଭଜନ ଓ ଜଣାଣ କରାଯାଇଥିଲା।

 

ପରିଷଦର ସଦସ୍ୟ ମାନଙ୍କ ଦ୍ଵାରା ଭଜନ ପରିବେଷଣ କରାଯାଇଥିଲା। ତା ପରେ ଶ୍ରୀ ମୀତେଶ ପାତ୍ର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମହାପ୍ରସାଦର ମହିମା ଅତି ସରଳ ଭାଷାରେ ଉପସ୍ଥିତ ସମସ୍ତ ଭକ୍ତ ମାନଂକୁ ବୁଝାଇଥିଲେ।

 

କାର୍ଯ୍ୟକ୍ରମରେ ସଭାପତି ପ୍ରଭାତ କୁମାର ନନ୍ଦ, ପ୍ରତିଷ୍ଠାତା ସଭାପତି ଶ୍ରୀ ଗୋପୀନାଥ ମହାନ୍ତି, ଉପ ସଭାପତି ଶ୍ରୀ ରବିନାରାୟଣ ମହାପାତ୍ର ସମ୍ପାଦକ ନାରାୟଣ ମହାପାତ୍ର, ଉପଦେଷ୍ଟା ରବିନାରାୟଣମିଶ୍ର, ବାଳକୃଷ୍ଣ ପଣ୍ଡା,ପ୍ରସନ୍ତ ବେହେରା, ଦାମୋଦର ସେନାପତି, ଅଜୟ ହରିଚନ୍ଦନ, ବାବାଜୀ ବିଶ୍ଵାଳ, ଅଖିଳ କୁମାର ସାହୁ, ଲଲିତ ମୋହନ ପଣ୍ଡା, ଶ୍ରୀନିବାସ ରାଓ, ଗାନ୍ଧୀ ଚୌଧୁରୀ, କୃଷ୍ଣ ମହାପାତ୍ର, ଗୌରାଙ୍ଗ ନାୟକ, ମନୋରଞ୍ଜନ ମହାନ୍ତି, ରବୀନ୍ଦ୍ର ରାଉତ, ମଳୟ ଜେନା, ତ୍ରିଲୋଚନ ନାୟକ, ହେମନ୍ତ କୁମାର ମଳିଆ, ମିନତି ଭଞ୍ଜ, ମଧୁସ୍ମିତା ବିଶ୍ଵାଳ, ସରୋଜିନୀ ପରମ ଗୁରୁ,ଦର ସୁକାନ୍ତି ତ୍ରିପାଠୀ, ହରପ୍ରିୟା ବେହେରା ଓ ବହୁ ଆଜୀବନସଦସ୍ୟ ପ୍ରମୁଖ ଯୋଗ ଦେଇ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ। ଚେତନା କେନ୍ଦ୍ର ଗୁଡ଼ିକର ସମ୍ମାନୀୟ କର୍ମକର୍ତ୍ତା ମାନେ ଯୋଗ ଦେଇ କାର୍ଯ୍ୟକ୍ରମକୁ ସଫଳ କରିବାରେ ସାହାଯ୍ୟ କରିଥିଲେ।

 

ଶେଷରେ ପୁରୀ ରୁ ଆସିଥିବା ଶ୍ରୀଜଗନ୍ନାଥଙ୍କ ସମସ୍ତେ ମହାପ୍ରସାଦ ସେବନ କରିଥିଲେ।

 

powered by social2s