![]()
ଭୁବନେଶ୍ୱର: NATIONAL MONUMENTS AUTHORITY (NMA) ବାଇ-ଲ କୁ ପ୍ରତ୍ୟାହାର କରିବା ଦାବିରେ ଆଜି ଲିଙ୍ଗରାଜ ମନ୍ଦିର ସମ୍ମୁଖରେ ସମୂହ ଦୀପଦାନ କରିଛନ୍ତି ଭୁବନେଶ୍ୱର ବାସୀ ଓ ସେବାୟତ। ଡମ୍ବୁରୁ, ତ୍ରିଶୁଳ ଓ ଓଁ ଆକାରର ଦୀପ ଧରି ମନ୍ଦିର ସମ୍ମୁଖରେ ବସିଲେ ଲୋକେ। ସେପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକାମ୍ର କ୍ଷେତ୍ରରେ ଥିବା ଅନନ୍ତ ବାସୁଦେବ ମନ୍ଦିର ଓ ବ୍ରମହେଶ୍ୱର ମନ୍ଦିର ଉପରୁ NMA ବାଇ-ଲ ତୁରନ୍ତ ପ୍ରତ୍ୟାହାର କରିବାକୁ କେନ୍ଦ୍ର ସରକାର ଙ୍କୁ ଦାବି କରିଛନ୍ତି। ସେ କହିଛନ୍ତି ଯେ ସମ୍ବେଦନଶୀଳ ଧାର୍ମିକ ପ୍ରସଙ୍ଗ ରେ କେନ୍ଦ୍ରୀୟ ସଂସ୍ଥା ରାଜ୍ୟ କୁ ବିଶ୍ୱାସ କୁ ନେଉ। ସମସ୍ତ ଓଡ଼ିଆ ସାଂସଦ ଏକାଠି ହୋଇ ବାଇ-ଲ ପ୍ରତ୍ୟାହାର ପାଇଁ କେନ୍ଦ୍ର ନିକଟରେ ଅପିଲ କରିବାକୁ ଟ୍ୱିଟ କରି କହିଛନ୍ତି ନବୀନ।
powered by social2s

