![]()
ଭୁବନେଶ୍ୱର: ଓଡିଶା ବିଧାନସଭା ବଜେଟ ଅଧିବେଶନ ପୂର୍ବରୁ ଗାଇଡଲାଇନ ଜାରି କରିଛନ୍ତି ରାଜ୍ୟ ସରକାର।
ସବୁ ବିଧାୟକ ମାନଙ୍କର ହେବ କୋଭିଡ଼ ଟେଷ୍ଟ। ବିଧାୟକମାନଙ୍କ ପିଏସଓ ଏବଂ ଡ୍ରାଇଭର ମାନଙ୍କର ମଧ୍ୟ ହେବ କରୋନା ପରୀକ୍ଷା।
ଏହାଛଡ଼ା ମୁଖ୍ୟମନ୍ତ୍ରୀଙ୍କ ଅଫିସର ସମସ୍ତ କର୍ମଚାରୀଙ୍କର ମଧ୍ୟ ହେବ ଟେଷ୍ଟ।
ଅଧିବେଶନ ପୂର୍ବରୁ ସବୁ ବିଧାୟକଙ୍କୁ ମିଳିବ ମାସ୍କ ଓ ସାନିଟାଇଜର।
ଫେବୃଆରୀ ୧୫, ୧୬ ଓ ୧୭ ତିନି ଦିନ ଧରି କୋଭିଡ଼ ଟେଷ୍ଟ କରାଯିବ ବୋଲି ସୂଚନା ମିଳିଛି।
ତେବେ ଅଧିବେଶନ ମଧ୍ୟରେ କେହି ଅସୁସ୍ଥତା ଅନୁଭବ କଲେ ଆଣ୍ଟିଜେନ ଟେଷ୍ଟ କରାଯିବ ବୋଲି କୁହାଯାଇଛି।
powered by social2s

