• Magazine
  • Events
  • Videos
  • Gallery
  • Blog
  • Login

Sidebar

  • Magazine
  • Events
  • Videos
  • Gallery
  • Blog
  • Login

Magazine menu

  • Home
  • ଓଡିଶା
  • ଅପରାଧ
  • ଦେଶ / ବିଦେଶ
  • ରାଜନୀତି
  • ମନୋରଞ୍ଜନ / କ୍ରୀଡା
  • ପର୍ଯ୍ୟଟନ
  • ବାଣିଜ୍ୟ /ବ୍ୟବସାୟ
  • More
    • English News
    • ସମ୍ପାଦକୀୟ
    • ବିଜ୍ଞାନ
    • ସ୍ୱାସ୍ଥ୍ୟ
    • ବିଶେଷ
    • ଧର୍ମ ଆଧ୍ୟତ୍ମିକା
    • ରୋଷେଇ
  • News
Odiaray Odiaray Odiaray

Innovation for Sustainability

Mountains
29
Sun, Nov
  • Home
  • ଓଡିଶା

    World Categories

    • Africa

    • Europe

    • Middle East

    • US Canada

    • ବିଶ୍ୱବିଦ୍ୟାଳୟ ଏବଂ ମହାବିଦ୍ୟାଳୟରେ ଲାବୋରେଟୋରୀ ଖୋଲିବାକୁ ଓଡିଶା ସରକାର ଦେଲେ ଅନୁମତି

    • ପୋଡିଗଲା VIMSAR ରକ୍ତ ଭଣ୍ଡାର ର ଫ୍ରିଜର

    Latest World News

    • ଓଡିଶା
      Details
      Dec 05 2020

      ପୋଡିଗଲା VIMSAR ରକ୍ତ ଭଣ୍ଡାର ର ଫ୍ରିଜର

    • ଓଡିଶା
      Details
      Dec 11 2020

      ୨୦୨୩ ପୁରୁଷ ହକି ବିଶ୍ୱକପ୍ ପାଇଁ ପ୍ରସ୍ତୁତ ହେଉଛି ରାଉରକେଲା, ଭିତ୍ତିଭୂମି ବିକାଶକୁ ନେଇ ଉଚ୍ଚସ୍ତରୀୟ ସମୀକ୍ଷା

    • ଓଡିଶା
      Details
      Nov 28 2021

      ସମ୍ଭାବ୍ୟ ତୃତୀୟ ଲହର ପ୍ରତିହତ ପାଇଁ ପୂର୍ଣ୍ଣସଜାଗ ହେବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ

    • ଓଡିଶା
      Details
      Jan 24 2021

      ଜୟ ମା ଭବାନି ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଭୁବନେଶ୍ୱରରେ ମାଗଣା ସ୍ବାସ୍ଥ୍ୟ ପରୀକ୍ଷା ଶିବିର

    • ଓଡିଶା
      Details
      Dec 10 2022

      Odisha bagged first prize for generation of highest number of ABHA IDs

    • ଓଡିଶା
      Details
      Feb 22 2021

      ଶ୍ରୀଜଗନ୍ନାଥ ସଂସ୍କୃତି ଜାଗରଣ ନିମନ୍ତେ ଚେତନା କେନ୍ଦ୍ରର କର୍ମକର୍ତ୍ତାଙ୍କ ସହ ଆଲୋଚନା

    • ଓଡିଶା
      Details
      Feb 02 2023

      National Poet Writers’ Association presents “Ama Angikar” magazine book to Koraput’s young lecturer Trinath Patnayak

    • ଓଡିଶା
      Details
      Sep 07 2021

      ଅବହେଳା ପରିଲକ୍ଷିତ ହେଲେ ପୁଣି ଫେରିବ ଲକ୍ଡାଉନ: ଓଡ଼ିଶା ମୁଖ୍ୟମନ୍ତ୍ରୀ

    • ଓଡିଶା
      Details
      Nov 09 2022

      କ୍ୟାପିଟାଲ ହସ୍ପିଟାଲ ଏବଂ ବିଏମସି ହସ୍ପିଟାଲ ପାଇଁ ଚୁକ୍ତିଭିତ୍ତିକ ଭିତ୍ତିରେ ସୁପର ସ୍ପେଶାଲିଷ୍ଟ ଏବଂ ସ୍ପେଶାଲିଷ୍ଟଙ୍କୁ ଚୁକ୍ତିଭିତ୍ତିକ ଭିତ୍ତିରେ ନିଯୁକ୍ତି ଦେବା ପାଇଁ “କର୍ପସ ପାଣ୍ଠି” ପ୍ରଦାନକୁ ଅନୁମୋଦନ

  • ଅପରାଧ

    Tech Categories

    • Personal Tech

    • Security

    • Green Tech

    • Space

    Latest Technology News

    • ଅପରାଧ
      Details
      Dec 18 2021

      ଭୁବନେଶ୍ୱର AIIMS ରୋଡ଼ରେ ସିରିଜ ଚୋରି

    • ଅପରାଧ
      Details
      Nov 28 2026

      କଟକ ଗୋଷ୍ଠୀ ସଂଘର୍ଷ; ୧୫ରୁ ଅଧିକ ଅଟକ

    • ଅପରାଧ
      Details
      Oct 18 2021

      କୋରାପୁଟରେ କାର୍ ଭର୍ତ୍ତି ଗଞ୍ଜେଇ ଜବତ

    • ଅପରାଧ
      Details
      Aug 05 2022

      କ୍ରୀଡ଼ା ଶିକ୍ଷକଙ୍କ ଘରେ ଭିଜିଲାନ୍ସର ଚଢ଼ାଉ

    • ଅପରାଧ
      Details
      Jul 23 2023

      ଗଜପତିରେ ଜଙ୍ଗଲ ଭିତରୁ ୩୭ କ୍ୱିଣ୍ଟାଲର ଗଞ୍ଜେଇ ଜବତ

    • ଅପରାଧ
      Details
      Apr 23 2022

      ଘରର ଝରକା ଭାଙ୍ଗି ଟଙ୍କା, ସୁନା ଲୁଟ

    • ଅପରାଧ
      Details
      Mar 10 2022

      ବିପୁଳ ପରିମାଣର ଚନ୍ଦନ କାଠ ଜବତ, ୪ ତସ୍କର ଗିରଫ

    • ଅପରାଧ
      Details
      Nov 23 2022

      ଭୁବନେଶ୍ୱର ଝାରପଡାରେ ବୋମାମାଡ଼

    • ଅପରାଧ
      Details
      Jun 04 2022

      ଭୁବନେଶ୍ୱରରେ ଗୋଷ୍ଠୀ ସଂଘର୍ଷ, ଏକାଧିକ ଆହତ

  • ଦେଶ / ବିଦେଶ

    Sport Categories

    • Football

    • Cricket

    • Tennis

    • Box

    • Horse

    • Racing

    Latest Sport News

    • ଦେଶ / ବିଦେଶ
      Details
      Jul 25 2022

      ଶପଥ ନେଲେ ନୂଆ ରାଷ୍ଟ୍ରପତି

    • ଦେଶ / ବିଦେଶ
      Details
      Feb 03 2021

      ବିଶ୍ୱର ପ୍ରଥମ ହାଇବ୍ରିଡ଼ ଏରୋ ସ୍ପେସ ଶୋ ଆରମ୍ଭ

    • ଦେଶ / ବିଦେଶ
      Details
      Apr 30 2023

      ମନ୍‌ କୀ ବାତ୍‌ ପ୍ରକୃତରେ ମୋ ପାଇଁ ଏକ ବିଶେଷ ଯାତ୍ରା: ପ୍ରଧାନମନ୍ତ୍ରୀ ମୋଦୀ

    • ଦେଶ / ବିଦେଶ
      Details
      Mar 08 2023

      "शिक्षा के माध्यम से सशक्तिकरण: डॉ. मोना लिसा की समावेशिता और सामाजिक परिवर्तन की ओर यात्रा"

    • ଦେଶ / ବିଦେଶ
      Details
      Dec 12 2022

      "ବସୁଦେବ କୁଟୁମ୍ବକମ୍” ଥିମ୍ ମାଧ୍ୟମରେ ବିଶ୍ୱ ପ୍ରାଥମିକତା ଉପରେ ଏକ ସାଧାରଣ ପଥ ତିଆରି କରିବାକୁ ଭାରତ ଲକ୍ଷ୍ୟ ରଖିଛି।

    • ଦେଶ / ବିଦେଶ
      Details
      Jul 26 2026

      'କ୍ୟାଚ୍ ଦ ରେନ୍‌’ ଅଭିଯାନରେ ସାମିଲ ହେଲା ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ

    • ଦେଶ / ବିଦେଶ
      Details
      Mar 02 2022

      APCA Opens Admissions for Advanced Diploma in Culinary Arts

    • ଦେଶ / ବିଦେଶ
      Details
      Aug 09 2022

      Apply for the PG Cert International Business Law with the University of Essex Online

    • ଦେଶ / ବିଦେଶ
      Details
      Mar 22 2022

      Bank of Baroda partners with Reserve Bank Innovation Hub to boost Financial Inclusion of Women using Technology

  • ରାଜନୀତି

    Health Categories

    • Personal Tech

    • Security

    • Green Tech

    • Space

    Latest Health News

    • ରାଜନୀତି
      Details
      Feb 16 2022

      ପଞ୍ଚାୟତ ନିର୍ବାଚନ: ବୁଥ୍ ପରିସରରେ ଉତ୍ତେଜନା ଯୋଗୁଁ ବହୁ ସମୟ ଧରି ବନ୍ଦ ରହିଲା ମତଦାନ

    • ରାଜନୀତି
      Details
      Mar 06 2022

      ଆମ ଆଦମୀ ପାର୍ଟି ପକ୍ଷରୁ ପଦଯାତ୍ରା

    • ରାଜନୀତି
      Details
      Nov 21 2021

      ଆସନ୍ତାକାଲି ଯୁବ ଓ ଛାତ୍ର ବିଜେଡ଼ି ପକ୍ଷରୁ ଆନ୍ଦୋଳନ

    • ରାଜନୀତି
      Details
      Jan 19 2021

      କଂଗ୍ରେସ ଭବନ ସମ୍ମୁଖରେ ହୋହଲ୍ଲା

    • ରାଜନୀତି
      Details
      Nov 17 2021

      ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ବିଜେଡିର ରାଜ୍ୟବ୍ୟାପୀ ଆନ୍ଦୋଳନ

    • ରାଜନୀତି
      Details
      Feb 06 2022

      ଢେଙ୍କାନାଳରେ ଜମିଲାଣି ନିର୍ବାଚନ ପ୍ରଚାର, ତିନି ନମ୍ବର ଜୋନ ଜିଲ୍ଲା ପରିଷଦ ବିଜେଡି ପ୍ରାର୍ଥୀ ରବିନାରାୟଣ ପଧାନ

    • ରାଜନୀତି
      Details
      Oct 30 2021

      ଦରଦାମ୍ ବୃଦ୍ଧି ପ୍ରତିବାଦରେ ରାସ୍ତାକୁ ଓହ୍ଲାଇବ ବିଜେଡି

    • ରାଜନୀତି
      Details
      Jan 01 2024

      ଦାମୋଦର ରାଉତଙ୍କ ଉପରୁ ବହିଷ୍କାର ଆଦେଶ ପ୍ରତ୍ୟାହାର କଲା ବିଜେଡି

    • ରାଜନୀତି
      Details
      Nov 08 2021

      ପଞ୍ଚାୟତ ନିର୍ବାଚନ: ଡିସେମ୍ବର ୧୪ ସୁଦ୍ଧା ପୂର୍ଣ୍ଣାଙ୍ଗ ଭୋଟର ତାଲିକା

  • ମନୋରଞ୍ଜନ / କ୍ରୀଡା

    Science Categories

    • Chemistry

    • Engineering

    • Mathematics

    • Biochemistry

    • Medicine

    • ବିଶିଷ୍ଠ ଅଭିନେତା ରବି ପଟବର୍ଦ୍ଧନଙ୍କର ଦେହାନ୍ତ

    Latest Science News

    • ମନୋରଞ୍ଜନ / କ୍ରୀଡା
      Details
      Jul 04 2022

      ମେଘଦୂତ ଆୱାର୍ଡ ଅଧିକାରୀ ଅଶୋକ କୁମାର ସାହୁଙ୍କୁ କଟକ ଦକ୍ଷିଣ ଡାକ ମଣ୍ଡଳ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା

    • ମନୋରଞ୍ଜନ / କ୍ରୀଡା
      Details
      Sep 05 2021

      ଗଣେଶ ପୂଜାରେ ମୁକ୍ତିଲାଭ କରିବାକୁ ଯାଉଛି ନୂଆ ଓଡ଼ିଆ ଆଲବମ୍ (What Shall I Do)

    • ମନୋରଞ୍ଜନ / କ୍ରୀଡା
      Details
      Jan 24 2021

      ତୋଷାଳି ରେ ଟିଜି ସୁରକ୍ଷା ଟ୍ରଷ୍ଟ ପକ୍ଷରୁ ଷ୍ଟଲରେ ଭିଡ଼

    • ମନୋରଞ୍ଜନ / କ୍ରୀଡା
      Details
      Dec 20 2020

      ୱିନର୍ସ କ୍ଲବ ପକ୍ଷରୁ ଭଲୀ ବଲ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ଦିନ

    • ମନୋରଞ୍ଜନ / କ୍ରୀଡା
      Details
      Dec 17 2022

      ଓଡିଶାର ଓଟିଟି ପ୍ଲାଟ୍ଫର୍ମ ‘ଆଓ ନେକ୍ସଟ୍’ପକ୍ଷରୁ ସୁପର୍ନ୍ୟାଚୁରାଲ ଥ୍ରିଲର ୱେବ୍ସିରିଜ୍ ‘ଆନ୍ଥୋନି’ ଉନ୍ମୋଚିତ

    • ମନୋରଞ୍ଜନ / କ୍ରୀଡା
      Details
      Jun 21 2022

      ଜୁଲାଇ ୧ ରଥରେ ଫିଟିବ "ବିଦ୍ୟାରାଣ"

    • ମନୋରଞ୍ଜନ / କ୍ରୀଡା
      Details
      Oct 22 2021

      'ଉଡ୍ର' ଆୟୋଜିତ କୁମାର ଉତ୍ସବ ଉଦଯାପିତ; ଶେଷ ଦିନରେ ମନମୋହିଲା ଏକକ ଓ ଦଳଗତ ଓଡ଼ିଶୀ ନୃତ୍ୟ

    • ମନୋରଞ୍ଜନ / କ୍ରୀଡା
      Details
      Jan 18 2023

      Greenlam Industries shows what a seed of love can do

    • ମନୋରଞ୍ଜନ / କ୍ରୀଡା
      Details
      Apr 06 2022

      Sing your heart out with ‘Humma Girl’ Shashaa Tirupati on Smule 123 Riyaaz Wild Card round

  • ପର୍ଯ୍ୟଟନ

    Travel Categories

    • Family

    • Adventure

    • Eat

    • Guide

    • Romance

    • ହୀରାକୁଦ ରେ ଆରମ୍ଭ ହେଲା ଇକୋ ରିଟ୍ରିଟ

  • ବାଣିଜ୍ୟ /ବ୍ୟବସାୟ
  • More
    • English News
    • ସମ୍ପାଦକୀୟ
    • ବିଜ୍ଞାନ
    • ସ୍ୱାସ୍ଥ୍ୟ
    • ବିଶେଷ
    • ଧର୍ମ ଆଧ୍ୟତ୍ମିକା
    • ରୋଷେଇ
  • News
  1. You are here:  

ନିଶିଗନ୍ଧା ରାଜ୍ୟ ପୃଷ୍ଠ ପୋଷକ କରୁଣାକର ମଲ୍ଲିକଙ୍କ ଧର୍ମ ପତ୍ନୀ ସ୍ବର୍ଗତା ମଧୁସ୍ମିତା ମଲ୍ଲିକଙ୍କ ଉଦ୍ଦେଶ୍ୟରେ ଶୋକସଭା

Details
Odia Ray Admin
ଓଡିଶା
17 July 2021

 

 

ଭୁବନେଶ୍ୱର: ମଣିଷ ମରଣଶୀଳ।ହେଲେ ଅକାଳ ବିୟୋଗ ଅତ୍ୟନ୍ତ ଦୁଃଖ ଦାୟକ। ଏପରି ଘଟିଛି ନିଶିଗନ୍ଧା ଭାଷା ପ୍ରତିଷ୍ଠାନର ରାଜ୍ୟ ପୃଷ୍ଠପୋଷକ କରୁଣାକର ମଲ୍ଲିକଙ୍କ ଧର୍ମପତ୍ନୀ ସ୍ବର୍ଗତା ମଧୁସ୍ମିତା ମଲ୍ଲିକଙ୍କ କ୍ଷେତ୍ରରେ।ସ୍ୱର୍ଗତା ମଲ୍ଲିକ ଥିଲେ ଏକାଧାରାରେ ଜଣେ କବି, ସମାଜସେବୀ,ସୁଶିକ୍ଷୟିତ୍ରୀ ଓ ସ୍ନେହମୟୀ ଜନନୀ।ଯିଏକି ନିଶିଗନ୍ଧା ସାହିତ୍ୟ ସଂସଦ ସହ ଓତଃପ୍ରୋତ ଭବେ ଜଡିତ ଥିଲେ ଏବଂ ଆଜୀବନ ସଦସ୍ୟା।

 

ତେଣୁ ତାଙ୍କରି ମୃତ୍ୟୁରେ ନିଶିଗନ୍ଧା ପରିବାରର ସମସ୍ତ ସଦସ୍ୟ ମ୍ରିୟମାଣ ହୋଇ ଅଦ୍ୟ ତା-୧୬.୦୭.୨୦୨୧ରିଖ ଶୁକ୍ରବାର ଅପରାହ୍ନ ୫ ଘଟିକା ସମୟରେ ଗୁଗୁଲ ମିଟ (ଭରଚୁଆଲ) ମାଧ୍ୟମରେ ଏକ ଶୋକ ସଭା ଅନୁଷ୍ଠାନର ପୂର୍ବତନ ସଭାପତି  ଚକ୍ରଧର ତ୍ରିପାଠୀଙ୍କ ସଭାପତିତ୍ୱ ଓ ପରିଚାଳନାରେ ଅନୁଷ୍ଠିତ ହୋଇଥିଲା । ଏହି ଶୋକ ସଭାରେ ପ୍ରାୟ ସମସ୍ତ ସଭ୍ୟସଭ୍ୟା ଉପସ୍ଥିତ ରହି ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇବା ସହ ଅମର ଆତ୍ମାର ସଦଗତି କାମନା କରିଥିଲେ।

 

ପରେପରେ ସଭାପତି ଶ୍ରୀଯୁକ୍ତ ଚକ୍ରଧର ତ୍ରିପାଠୀ ଓ ପ୍ରତିଷ୍ଠାତା ବଳରାମ ତରାଇଙ୍କର ପ୍ରସ୍ତାବ କ୍ରମେ ଏବଂ ଉପସ୍ଥିତ ସମସ୍ତ ସଭ୍ୟସଭ୍ୟାଙ୍କ ମଧ୍ୟରେ ଦୀର୍ଘ ୨ଘଣ୍ଟାର  ଆଲୋଚନାକ୍ରମେ ସ୍ୱର୍ଗତା ମଲ୍ଲିକଙ୍କର ନିଶିଗନ୍ଧା ଭାଷା ପ୍ରତିଷ୍ଠାନ ପକ୍ଷରୁ ସ୍ମୃତି ଉଦ୍ଦେଶ୍ୟ ଏକାଦାଶହ କାର୍ଯ୍ୟକୁ ଦୃଷ୍ଟିରେ ରଖି ଏକ ସ୍ମରଣୀକା "ସ୍ମୃତିରେ ମଧୁସ୍ମିତା" ପ୍ରକାଶନ ଆସନ୍ତା ତା-୧୯.୭.୨୦୨୧ରିଖରେ ହେବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ବେଳେ ୪ଟି ଜୋନ୍ ର କବି/କବୟିତ୍ରୀ ଓ ସଂସଦର ସଭ୍ୟସଭ୍ୟାମାନଙ୍କର ଆସନ୍ତା ଦୁଇ ଦିନ ମଧ୍ୟରେ କବିତା ଓ ଲେଖା ଆହ୍ୱାନ କରାଯାଇଛି।ଏଥି ସହିତ ସ୍ୱର୍ଗତା ମଲ୍ଲିକଙ୍କ ସ୍ମୃତି ଉଦ୍ଦେଶ୍ୟରେ ନିଶିଗନ୍ଧା ଭାଷା ପ୍ରତିଷ୍ଠାନ ପକ୍ଷରୁ ବାର୍ଷିକ ଉତ୍ସବ ଅବସରରେ ସ୍ୱତନ୍ତ୍ର ବ୍ୟକ୍ତି ବିଶେଷ ଓ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ "ମଧୁସ୍ମିତା ସ୍ମୃତି ସମ୍ମାନ" ପ୍ରଦାନ କରିବା ପାଇଁ ସ୍ଥିରୀକୃତ ହୋଇଥିଲା।

 

ଉକ୍ତ ଶୋକ ସଭାରେ ପତ୍ନୀ ବିୟୋଗରେ ମ୍ରିୟମାଣ ହୋଇପଡିଥିବା ରାଜ୍ୟ ପୃଷ୍ଠପୋଷକ କରୁଣାକର ମଲ୍ଲିକ କିଛି ସମୟ ପାଇଁ ଉପସ୍ଥିତ ରହିଥିବା ବେଳେ ଅନୁଷ୍ଠାନର ମାର୍ଗଦର୍ଶକ ପ୍ରଫେସର ପ୍ରସନ୍ନ ପାଟ୍ଟଶାଣୀ, ପଥପ୍ରଦର୍ଶକ ଶିକ୍ଷକ ପଦ୍ମନାଭ ତ୍ରିପାଠୀ, ପ୍ରତିଷ୍ଠାତା ବଳରାମ ତରାଇ,ମୁଖ୍ୟ ସମ୍ପାଦିକା ସରସ୍ୱତୀ ନାୟକ,ସଂସଦର ସଭାପତି ରଜନୀ ରଞ୍ଜନ ଦାଶ, ଗୋବିନ୍ଦ ଚନ୍ଦ୍ର ଫାରକ,ଜ୍ୟୋତି ରଞ୍ଜନ ଦାସ,ଗୋଦାବରୀଶ ଦାସ,ଯୁଧିଷ୍ଠିର ମୁଦୁଲି, ନୀରଦଚନ୍ଦ୍ର ଜେନା,କୌଶଲ୍ୟା ବେଉରିଆ,ସନ୍ତୋଷ କୁମାର ପାଢ଼ୀ, ଗାୟତ୍ରୀ ପଣ୍ଡା, ଗଣେଶ ଚନ୍ଦ୍ର ଜେନା, ଡ଼ଃ ନିଳାଦ୍ରିନାଥ ଜଗଦେଵ,ଅରୁଣୀ ତ୍ରିପାଠୀ, ଅର୍ଚ୍ଚନା ଦାଶ, କରୁଣାକର ଘଣ୍ଟୁଆଳ, ଡ଼ଃ ରମାକାନ୍ତ ନାୟକ, ହରିହର ଭୁକ୍ତା, ଭଗବାନ ଓତ୍ତା,

 

ବିଜୟଶ୍ରୀ ନାଥ,ପୁଷ୍ପଲତା ସାହୁ,ହୀରାଲାଲ ପାଢ଼ୀ,ଘନଶ୍ୟାମ ସାହୁ,ସନ୍ତୋଷ କୁମାର ବାରିକ,ସରୋଜିନୀ ପଣ୍ଡା, ସ୍ୱର୍ଗତା ମଲ୍ଲିକଙ୍କ ବିଦ୍ୟାଳୟର କୁନିକୁନି ଛାତ୍ର/ଛାତ୍ରୀ  ଆଦି ଅନେକ ସଭ୍ୟସଭ୍ୟା ଉପସ୍ଥିତ ଥିଲେ।

 

 

powered by social2s

୧୫ଟି ପ୍ରସ୍ତାବକୁ ଓଡିଶା କ୍ୟାବିନେଟର ଅନୁମୋଦନ

Details
Odia Ray Admin
ଓଡିଶା
17 July 2021
 

 

 

ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱରରେ ରାଜ୍ୟ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଯାଇଛି। 

ଏଥିରେ ୧୫ ଟି ପ୍ରସ୍ତାବକୁ ସର୍ବ ସମ୍ମତିକ୍ରମେ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି। 

 

ଏଥିରେ OSWAN ପ୍ରକଳ୍ପକୁ ଅନୁମୋଦନ ମିଳିଛି। ଏହି ପ୍ରକଳ୍ପର ଅପଗ୍ରେଡେସନ୍ ପାଇଁ ଅନୁମତି ଦେଇଛନ୍ତି ରାଜ୍ୟ ସରକାର। ଏଥିରେ ଆଟି ଭିତ୍ତିଭୂମି ସୁଦୃଢ କରାଯିବ। ଏଥିରେ ସମସ୍ତ ଜିଲ୍ଲା ଓ ବ୍ଲକ ର ବ୍ୟାଣ୍ଡ ୱଇଡଥ୍ ବୃଦ୍ଧି କରାଯିବ। ଏହି OSWAN ପ୍ରକଳ୍ପରେ ୩୩୨ କୋଟି ଟଙ୍କା ଖର୍ଚ୍ଚ କରାଯିଵା ପାଇଁ ମଞ୍ଜୁରୀ ମିଳିଛି। 

 

ସେହିଭଳି ରାଜ୍ୟର ୩ ଜିଲ୍ଲାକୁ ବୃହତ ପାନୀୟ ଜଳ ଯୋଗାଣ ପ୍ରକଳ୍ପକୁ ଅନୁମୋଦନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ସୁନ୍ଦରଗଡ, କେନ୍ଦୁଝର ଓ କଟକ ଜିଲ୍ଲାର ବିଭିନ୍ନ ଗ୍ରାମ ପାୟତରେ ଏହି ବ୍ୟବସ୍ଥା କରାଯିବ। ୨୪ ମାସ ମଧ୍ୟରେ ଏହି ପ୍ରକଳ୍ପ ଶେଷ ହେବା ପାଇଁ କୁହାଯାଇଛି। 

 

ଡୁଡୁକା, ଗୋପାଳପୁର ଓ ଟୋକରିଆ ରାସ୍ତା ୨ ଲେନ ହେବ। ୨ ଲେନ ରାସ୍ତାପାଇଁ ଖର୍ଚ୍ଚ ହେବ ୧୦୨.୬୫ କୋଟି ଟଙ୍କା। 

 

ଭୁବନେଶ୍ୱର ସିଇଟି କଲେଜକୁ ମିଳିବ ଏକକ ବିଶ୍ୱବିଦ୍ୟାଳୟ ମାନ୍ୟତା। 

 

OUTR ଏକକ ବିଶ୍ୱବିଦ୍ୟାଳୟ ଢାଞ୍ଚାରେ ତିଆରି କରାଯିବ ଭିତ୍ତିଭୂମି। 

 

ସେହିଭଳି ସଂରକ୍ଷିତ ଖଣିରୁ ଆସିବାକୁଥିବା ଖଣ୍ଡାଲାଇଟ୍ ପଥର ଉପରୁ ଉଠିବ ରୟାଲିଟି ଟାକ୍ସ। ଏହି ଖଣ୍ଡାଲାଇଟ୍ ପଥର ଅବଢା ଯୋଜନା ଓ ଅନ୍ୟ ଐତିହ୍ୟ ସ୍ଥଳର ବିକାଶରେ ଲାଗିବ ବୋଲି ଜଣାପଡିଛି।

 

ସେହିଭଳି ଦୀର୍ଘ ବିଚାରାଧୀନ ଖସମାହଲ, ନାଜୁଲ, ଗ୍ରାମକଣ୍ଠ ପରମ୍ବୋକ କିମ୍ବା ଆବାଦି ଜମିର ସହଜ ହସ୍ତାନ୍ତର ପାଇଁ ପ୍ରତିବନ୍ଧକକୁ ହଟାଇ, ନିଯୁକ୍ତ ତାରିଖ ଅବଧି ଉପଯୁକ୍ତ ଭାବେ ବଢାଯାଇଛି। 

 

ଖସମାହଲ, ନାଜୁଲ, ଗ୍ରାମକଣ୍ଠ ପରମ୍ବୋକ କିମ୍ବା ଆବାଦି ଜମି ବାବଦକୁ ଧାର୍ଯ୍ୟ ଅନୁଯାୟୀ ସରକାରଙ୍କୁ ଦେୟ ପ୍ରଦାନ କରି ସ୍ଥାନାନ୍ତରଣ ଯୋଗ୍ୟ ଅଧିକାର ସମ ସ୍ଥାୟୀ ଭାବରେ ହସ୍ତାନ୍ତର ହୋଇପାରିବ। 

 

ଏହାଦ୍ୱାରା ଗଞ୍ଜାମ, ଗଜପତି, କଳାହାଣ୍ଡି ତଥା ଅନ୍ୟ ଅଞ୍ଚଳର ଲକ୍ଷାଧିକ ଜମିଜମା ସମସ୍ୟାର ସମାଧାନ ହୋଇପାରିବ।

 

 

powered by social2s

ଥରେ କରୋନାରେ ଆକ୍ରାନ୍ତ ହୋଇ ଆଉ ଥରେ ସଂକ୍ରମିତ ହେଲେ ରୋଗୀ ଗୁରୁତର ହେଉଛନ୍ତି: ସ୍ୱାସ୍ଥ୍ୟ ବିଶେଷଜ୍ଞ ନିରୋଜ ମିଶ୍ର

Details
Odia Ray Admin
ଓଡିଶା
17 July 2021

ଭୁବନେଶ୍ୱର: ଥରେ କରୋନାରେ ଆକ୍ରାନ୍ତ ହୋଇ ଆଉ ଥରେ ସଂକ୍ରମିତ ହେଲେ ରୋଗୀ ଗୁରୁତର ହେଉଛନ୍ତି। ତେଣୁ ଜେନମ ସିକ୍ୟୁଏନ୍ସକୁ ବଢ଼ାଇଲେ ଆମେ ନୂଆ ଷ୍ଟ୍ରେନ ଉପରେ ନଜର ରଖିପାରିବା । ଏହା କହିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ ନିରୋଜ ମିଶ୍ର। ମିଶ୍ର କହିବା ଅନୁଯାୟୀ, ନଭେମ୍ବର ଯାଏଁ ଆମକୁ କୋଭିଡ କଟକଣା ରଖିବାକୁ ହେବ। ଅକ୍ଟୋବର ଶେଷ ଆଡ଼କୁ ରାଜ୍ୟରେ ତୃତୀୟ ଲହର ଆସିବାର ସମ୍ଭାବନା ଅଛି। ଯେଉଁଠି ଅଧିକ ମାମଲା, ସେଠି ମ୍ୟୁଟାଣ୍ଟ ସୃଷ୍ଟି ହେବାର ସମ୍ଭାବନା ଅଧିକ। ଟୀକା ନେବାପରେ ସଂକ୍ରମଣ ହେଉଛି, ତେଣୁ ସମସ୍ତଙ୍କୁ କଟକଣା ମାନିବାକୁ ପଡ଼ିବ। ଡବଲ ଡୋଜ ଟୀକା ନେବା ପରେ ୯୫ ପ୍ରତିଶତ ମୃତ୍ୟୁ ଆଶଙ୍କା କମିଯିବ ବୋଲି ସେ ସୂଚନା ଦେଇଛନ୍ତି।

powered by social2s

ଟୋକିଓ ଅଲମ୍ପିକ ଗ୍ରାମରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ

Details
Odia Ray Admin
ଓଡିଶା
17 July 2021

ଭୁବନେଶ୍ୱର: ଟୋକିଓ ଅଲମ୍ପିକ ଗ୍ରାମରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।ବିଦେଶରୁ ଆସିଥିବା ଜାଣେ ପର୍ଯ୍ୟବ୍ୟକ୍ଷକ କରୋନାରେ ଆକ୍ରାନ୍ତ ହୋଇଥିବାର ସୂଚନା ମିଳିଛି। ସମ୍ପୃକ୍ତ ଵ୍ୟକ୍ତିଙ୍କୁ ଆଇସୋଲେସନ ରେ ରଖାଯାଇଛି। ଅଲମ୍ପିକ ଆୟୋଜନରେ ସେ ସାମିଲ ଥିଲେ। ୬ ଦିନ ପରେ ଆରମ୍ଭ ହେବ ଟୋକିଓ ଅଲମ୍ପିକସ।

powered by social2s

ଜୁଲାଇ ୨୬ ରୁ ଖୋଲିବ ଦଶମ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ସ୍କୁଲ; ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ପ୍ରାଥମିକତା ଭିତ୍ତିରେ ଦିଆଯିବ ଟୀକା

Details
Odia Ray Admin
ଓଡିଶା
17 July 2021

 

 

ଭୁବନେଶ୍ୱର: ଜୁଲାଇ ୨୬ ରୁ ଖୋଲିବ ଦଶମ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ସ୍କୁଲ ।

 

କୋଭିଡ ଗାଇଡ଼ଲାଇନ ଅନୁଯାୟୀ ଖୋଲିବ ସ୍କୁଲ, ଖୁବ ଶୀଘ୍ର ଆସିବ ଗାଇଡଲାଇନ ।

 

ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ପ୍ରାଥମିକତା ଭିତ୍ତିରେ ଦିଆଯିବ ଟୀକା ।

 

ଯେଉଁ ସ୍କୁଲରେ ଅଫଳାଇନ ପରୀକ୍ଷା ହେବ, ସେହି ସ୍କୁଲ ପରୀକ୍ଷା ପରେ ଖୋଲିବ ।

 

 

ବିଦ୍ୟାଳୟକୁ ଆସିବା ଛାତ୍ରଛାତ୍ରୀଙ୍କର ଇଚ୍ଛାଧୀନ ରହିବ, ଅନ୍ୟ ଶ୍ରେଣୀର ପାଠ ପଢା ଅନଲାଇନ ହେବ ।

 

ଆବଶ୍ୟକ ସ୍ଥଳେ ବିଦ୍ୟାଳୟ ଖୋଲିବା ନିଷ୍ପତ୍ତି ଜିଲାପାଳଙ୍କ ଉପରେ ରହିବ ।

 

ସକାଳ 10 ଟା ରୁ ଅପରାହ୍ନ 1.30 ଯାଏଁ ସ୍କୁଲ ଖୋଲିବ ।

 

ରବିବାର ଓ ସମସ୍ତ ସରକାରୀ ଛୁଟି ଦିବସରେ ବିଦ୍ୟାଳୟ ବନ୍ଦ ।

 

powered by social2s

ହୀରାକୁଦ ଡ୍ୟାମର ସମସ୍ତ ଗେଟ ବନ୍ଦ

Details
Odia Ray Admin
ଓଡିଶା
17 July 2021

ସମ୍ବଲପୁର: ହୀରାକୁଦ ଡ୍ୟାମର ସମସ୍ତ ଗେଟ ବନ୍ଦ ହୋଇଥିବା ସୂଚନା ମିଳିଛି।ଜଳସ୍ତରକୁ ଦୃଷ୍ଟିରେ ରଖି ସମସ୍ତ ଗେଟ ବନ୍ଦ କଲେ କର୍ତ୍ତୃପକ୍ଷ ।ଡ୍ୟାମର ଜଳସ୍ତର ରହିଛି ୬୦୬.୬୨ଫୁଟ । ଗତ ଜୁଲାଇ ୧୧ ତାରିଖରୁ ଡ୍ୟାମରୁ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ଦୁଇଟି ଗେଟ ଯୋଗେ ନିଷ୍କାସିତ କରାଯାଉଥିଲା। ଗତକାଲି ଜଳପତନ ହ୍ରାସ ପାଇଥିବାରୁ ଗୋଟିଏ ଗେଟ ବନ୍ଦ କରାଯାଇଥିଲା ଏବଂ ଆଜି ଆଉ ଗୋଟିଏ ଗେଟ ବନ୍ଦ ହୋଇଛି।

powered by social2s

ପ୍ରଦୀପ୍ତ ମହାପାତ୍ରଙ୍କ ଗଳ୍ପ ସଂକଳନ ‘ମାଟି ଘୋଡା’ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଲୋକାର୍ପିତ

Details
Odia Ray Admin
ଓଡିଶା
16 July 2021

ଭୁବନେଶ୍ବର: ଓଡ଼ିଶା ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକ ଆଜି ନବୀନ ନିବାସ ଠାରେ ଅବସରପ୍ରାପ୍ତ ପ୍ରଶାସକ ତଥା କଥାକାର ପ୍ରଦୀପ୍ତ ମହାପାତ୍ରଙ୍କ ଗଳ୍ପ ସଂକଳନ ‘ମାଟି ଘୋଡା’ର ଲୋକାର୍ପଣ କରିଛନ୍ତି। ମାଟିର ମହକରେ ନିଜକୁ ହଜାଇ ଦେଇଥିବା ପ୍ରଦୀପ୍ତ ତାରି ଭିତରେ ହିଁ ଶାଶ୍ବତର ସନ୍ଧାନ କରିଛନ୍ତି। ନିଜର ପରିଚୟ ସୃଷ୍ଟି କରିଛନ୍ତି ଓ ନିଜର ଜୀବନାନୁଭୂତିକୁ ସାହିତ୍ୟ ରଙ୍ଗରେ ରଙ୍ଗାଇଛନ୍ତି। ମାଟିର ଘୋଡା ସହିତ ମାଟି ଶିଲଟର ପୃଥିବୀ, ମାଟି ଘଟର ଜୀବନ ଓ ନିଜ ମାଟିର ଗନ୍ଧ ଆଦି ଗଳ୍ପ ସଂକଳନ ଶ୍ରୀ ମହାପାତ୍ରଙ୍କ ଉଜ୍ଜଳ ସାରସ୍ବତ ପ୍ରତିଭାର ପ୍ରତିଶୃତି ବହନ କରୁଛି । ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କଥାକାର ଶ୍ରୀ ମହାପାତ୍ରଙ୍କୁ ଅଭିନନ୍ଦନ ଜଣାଇବା ସହ ପୁସ୍ତକଟିର ସଫଳତା କାମନା କରିଛନ୍ତି।

powered by social2s

More Articles ...

  1. ମିଶନ ଶକ୍ତିକୁ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ୪୫୩.୫୦ କୋଟି ଟଙ୍କାର କୋଭିଡ ପ୍ୟାକେଜ
  2. ହେରାପଞ୍ଚମୀରେ ଶହୀଦ ନଗର ଦୁର୍ଗାପୂଜା ମଣ୍ଡପରେ ସମିତି ପକ୍ଷରୁ "ମା ଦୁର୍ଗା" ଙ୍କ ପ୍ରତିଷ୍ଠା ଦିବସ ଆରମ୍ଭ
  3. ପଂଚାୟତ ନିର୍ବାଚନ ପାଇଁ ଆରମ୍ଭ ହେଲା ପ୍ରକ୍ରିୟା
Page 1754 of 2257
  • Start
  • Prev
  • 1749
  • 1750
  • 1751
  • 1752
  • 1753
  • 1754
  • 1755
  • 1756
  • 1757
  • 1758
  • Next
  • End

Odiaray Odiaray

 

 

Abhishek Mohanty

mobile 9861575227

Bhubaneswar

odisharaynews@gmail.com

mohanty.abhisek2010@gmail.com

 
Order Now
Footer Home Banner
Copyright © All Rights Reserved. Bootstrap is a front-end framework of Twitter, Inc. Code licensed under Apache License v2.0. Font Awesome font licensed under SIL OFL 1.1.