ଭୁବନେଶ୍ୱର : ଓଡ଼ିଶାରେ ପ୍ରଥମ ଥର ପାଇଁ ଓଡ଼ିଆରେ ମହାପ୍ରଭୁଙ୍କ ସ୍କନ୍ଦପୁରାଣ ( ଉତ୍କଲଖଣ୍ଡ) ଶ୍ରୀଦାରୁବ୍ରହ୍ମଙ୍କ ଅମର ଗାଥା, ପଣ୍ଡିତ ଶ୍ରୀଯୁକ୍ତ ଦାଶରଥି ସାମନ୍ତରାୟଙ୍କ ପ୍ରବଚନ ମଧ୍ୟମରେ ଟିଭି ଓ ଭିଡ଼ିଓ ରେ ଦେଖିବା ନିମନ୍ତେ ପ୍ରସାରିତ କରାଯିବ । ଏହାକୁ ଶ୍ରୀଜଗନ୍ନାଥ ସଂସ୍କୃତି ପରିଷଦ, ଓଡିଶା, ଦିବଙ୍ଗତ ପ୍ରତିଷ୍ଠାତା ସଭାପତି ଶ୍ରୀ ଗୋପୀନାଥ ମହାନ୍ତିଙ୍କ ସ୍ମୃତିରେ ଶ୍ରୀମତି ସଂଚିତା ମହାନ୍ତି ଓ ପରିବାରର ସହଯୋଗରେ ପ୍ରସ୍ତୁତ କରିଛନ୍ତି।
ଏହାର ମୁଖ୍ୟ ଉଦ୍ଦେଶ୍ୟ ସ୍ରଷ୍ଟାଙ୍କ ସୃଷ୍ଟିର କଥା ସମସ୍ତଙ୍କର ଜାଣିବା ଦରକାର। ଓଡ଼ିଶାର ଘରେ ଘରେ ସ୍କନ୍ଦପୁରାଣର ପ୍ରଚାର ପ୍ରସାର ପାଈଁ ଏହାକୁ ୧୭ ଭାଗରେ ଅଶୋକ ଷ୍ଟୁଡିଓ, ନୟାପଲ୍ଲୀଙ୍କ ଦ୍ଵାରା ପ୍ରସ୍ତୁତ କରାଯାଇଛି। ଆଜି ସ୍କନ୍ଦପୁରାଣର ପ୍ରଥମ ଭାଗ ପବିତ୍ର ନୀଳାଦ୍ରି ବିଜେ ଓ ଗୁରୁ ପୂର୍ଣ୍ଣିମା ଅବସରରେ ସଭାପତି ଶ୍ରୀ ପ୍ରଭାତ କୁମାର ନନ୍ଦ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଗୁଗୁଲ ମି ଟ ରେ ହେଉଥିବା ଆଲୋଚନାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଚରଣରେ ସମର୍ପିତ କରାଯାଉଛି।
ଦାମୋଦର ସେନାପତିଙ୍କ ଭଜନ ପରିବେଷଣ ପରେ ମହାରାଷ୍ଟ୍ର ଓଡ଼ିଆ ଅନୁଷ୍ଠାନର ସଭାପତି ଶ୍ରୀ ଭଗବାନ ପଣ୍ଡା, ଶ୍ରୀଜଗନ୍ନାଥଙ୍କ ବିଷୟରେ ଆଲୋଚନା କରି, ଏହାଦ୍ବାରା ସ୍କନ୍ଦପୁରାଣ ଓଡ଼ିଆରେ ସରଳ ଭାଷାରେ ଅନୁବାଦ ହୋଇ ଓଡ଼ିଶାରେ ଘରେ ଘରେ ଆଦୃତ ହେବେ ବୋଲି ପ୍ରକାଶ କରିଥିଲେ।
ଡ ହରପ୍ରସନ ଦାସ କହିଛନ୍ତି ଯେ ମହାପ୍ରଭୁ ଯେତିକି ଆମକୁ ଦେଇଛନ୍ତି, ତା ବଦଳରେ ତାଙ୍କର ମଧ୍ୟ କିଛି ପାଇବାର ଅଛି, ତେଣୁ ଆସନ୍ତୁ ଆମେ ଗୋଟେ ଭଲ ମଣିଷ ହୋଇ ନିଜ ମଣିଷ ଜନ୍ମର ସାର୍ଥକତା ପ୍ରତିପାଦନ କରିବା।
ପରେ ପଣ୍ଡିତ ଶ୍ରୀଯୁକ୍ତ ଦାଶରଥି ସାମନ୍ତରାୟ, ମହାପ୍ରଭୁଙ୍କ ନୀଳାଦ୍ରି ବିଜେ ଓ ସ୍କନ୍ଦପୁରାଣ ସମନ୍ଧରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ। ପ୍ରବଚନ କାର୍ଯ୍ୟକ୍ରମ ଅତି ସୃତି ମଧୁର ହୋଇଥିଲା।
ଆଜିର ଏହି ପବିତ୍ର କାର୍ଯ୍ୟକ୍ରମରେ ସଞ୍ଚିତା ମହାନ୍ତି, ଉପଦେଷ୍ଟା ବାଳକୃଷ୍ଣ ପଣ୍ଡା, ରବିନାରାୟଣ ମିଶ୍ର, ଅଜୟ ହରିଚନ୍ଦନ,ସମ୍ପାଦକ ଶ୍ରୀ ନାରାୟଣ ମହାପାତ୍ର, ଯୁଗ୍ମ ସମ୍ପାଦକ ଶ୍ରୀ ଅଜୟ ହରିଚନ୍ଦନ, କୋଷାଧ୍ୟକ୍ଷ ଅଖିଳ କୁମାର ସାହୁ, ବାବାଜୀ ବିଶ୍ଵାଳ, ମଧୁସ୍ମିତା ବିଶ୍ଵାଳ, ଉଷା ମିଶ୍ର, ଲଲିତ ମୋହନ ପଣ୍ଡା, ଅଚୁତ ପ୍ରସାଦ ବେହେରା, ଶ୍ରୀନିବାସ ରାଓ, ବଂଶୀଧର ନାୟକ, ତ୍ରିଲୋଚନ ନାୟକ, ପୀତବାସ ରାଉତରାୟ, ଶକ୍ତିସଙ୍କର ମିଶ୍ର, କାମେଶ୍ଵର ରାଓ, କଲ୍ୟାଣ ପତି, ବି କେ ଦାନୀ, ଦିଲ୍ଲୀପ ମହାନ୍ତି, ସୁରେଶ ମିଶ୍ର, ସରୋଜିନୀ ପରମ ଗୁରୁ, ତନୁଶ୍ରି ଜେନା, ମୃତୁଞ୍ଜଯୟ ପଣ୍ଡା ଓ ପରିଷଦର ବହୁ ସଦସ୍ୟା ଓ ସଦସ୍ୟ ମାନେ ଉପସ୍ଥିତ ଥିଲେ।