ଓଡିଶାରେ ଜୁନ୍ ୧୭ ଯାଏ ବଢିଲା ଲକଡାଉନ୍
ଓଡିଶାରେ ଜୁନ୍ ୧୭ ଯାଏ ବଢିଲା ଲକଡାଉନ୍ ଭୁବନେଶ୍ୱର: ରାଜ୍ୟରେ ପୁଣି ୧୬ ଦିନ ପାଇଁ ବଢିଲା ଲକଡାଉନ। ଓଡିଶା ରେ ଜୁନ୍ ୧୭ ତାରିଖ ପର୍ଯ୍ୟନ୍ତ ଲକଡାଉନ କୁ ବୃଦ୍ଧି କରାଯାଇଥିବା ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର। ସେ କହିଛନ୍ତି ଯେ, ଜୁନ୍ ୧୭ ସକାଳ ୫ଟା ଯାଏ ଲକଡାଉନ ଅବଧି ବୃଦ୍ଧି କରାଯାଇଛି। ସପ୍ତାହନ୍ତ ସଟ୍ ଡାଉନ୍ ପୂର୍ବ ଭଳି ଜାରି ରହିବ। ଶୁକ୍ରବାର ସନ୍ଧ୍ୟା ୬ଟା ରୁ ସୋମବାର ସକାଳ ୫ଟା ପର୍ଯ୍ୟନ୍ତ ସଟ୍ ଡାଉନ୍ ଜାରି ରହିବ। ପୂର୍ବ ନିୟମ ଅନୁଯାୟୀ ଅତ୍ୟାବଶିକୀୟ ସେବା ଛଡା ଅନ୍ୟ ସମସ୍ତ କାର୍ଯ୍ୟ ବନ୍ଦ ରହିବ। ପୂର୍ବରୁ ଜାରି ସମସ୍ତ କଟକଣା ସେହିଭଳି ଲାଗୁ କରାଯାଇଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ରାଜ୍ୟର ୩ଟି ଜିଲ୍ଲା ନୂଆପଡ଼ା, ଗଜପତି ଓ ସୁନ୍ଦରଗଡ଼ ଜିଲ୍ଲାରେ ଲକ୍ ଡାଉନକୁ କୋହଳ କରାଯାଇଛି। ଏହି ତିନୋଟି ଜିଲ୍ଲାରେ ସକାଳ ୭ରୁ ଦିନ ୧ଟା ପର୍ଯ୍ୟନ୍ତ ଦୋକାନ ବଜାର ଖୋଲାରହିବ। ସଂକ୍ରମଣ କମୁଥିବାରୁ ଏହି ଜିଲ୍ଲା ମାନଙ୍କରେ ଏଭଳି ନିଷ୍ପତ୍ତି ନିଆଯାଇଛି। ତେବେ ସେଲୁନ, ସ୍ପା, ପାଲର୍, ମଲ୍ ଆଦି ଖୋଲିବାକୁ ଅନୁମତି ନାହିଁ। ତେବେ ଅନ୍ୟ ୨୭ ଟି ଜିଲ୍ଲାରେ ସଂକ୍ରମଣ କମିଲେ, ଧୀରେ ଧୀରେ ପର୍ଯ୍ୟାୟ କ୍ରମେ ଲକଡାଉନ କୁ କୋହଳ କରାଯିବ ବୋଲି ସେ କହିଛନ୍ତି।
ଭୁବନେଶ୍ୱର: ଜୁନ ୩ ତାରିଖ ଯାଏଁ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି। ଆଜି ପାଇଁ ୧୦ ଜିଲ୍ଲାକୁ ୟେଲୋ ଅଳେର୍ଟ ଜାରି କରାଯାଇଛି। ଜିଲ୍ଲା ଗୁଡ଼ିକ ହେଲା ବାଲେଶ୍ୱର, ଭଦ୍ରକ, ଯାଜପୁର, ମୟୁରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ମାଲକାନଗିରି, କୋରାପୁଟ, ରାୟଗଡ଼ା ଓ ଗଜପତି। ଏହି ଜିଲ୍ଲା ଗୁଡ଼ିକରେ ଆଜି ଓ ଆସନ୍ତାକାଲି ସକାଳ ୮:୩୦ ସୁଦ୍ଧା ଘଡ଼ଘଡ଼ି ବିଜୁଳି ସହ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ତେବେ କାଲି କେରଳ ଛୁଇଁବ ମୌସୁମୀ। ଜୁନ ପ୍ରଥମ କିମ୍ବା ଦ୍ୱିତୀୟ ସପ୍ତାହ ରେ ଓଡ଼ିଶାରେ ସକ୍ରିୟ ହେବ। ମେ ୨୦ ତାରିଖରେ ଅଣ୍ଡାମାନ ସାଗରରେ ସକ୍ରିୟ ହୋଇଥିଲା ମୌସୁମୀ।
